କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ବାଞ୍ଜିପଦର ଗାଁ । ଜଙ୍ଗଲ ଜମିରେ ଗଢି ଉଠିଥିବା ଗାଁର ସମସ୍ତେ ଭୁମିହୀନ। ସେଥିମଧ୍ୟ ରୁ ୭ ପରିବାରର ୫ ଜଣ ଯୁବତୀ କାମ ଆଶା ରେ ଗାଁ ନିକଟ ଦାଦନ ଦଲାଲ ଯୁଧିଷ୍ଟିର ବିଭାରର ଯୋଗସୁତ୍ର ରେ ଗତ ୨୦୧୭ ନଭେମ୍ବର ମାସରୁ ଦାଦନ ଖଟିବାକୁ ଯାଇଥିଲେ ତାମିଲନାଡୁର ତ୍ରିପୁର ସହରକୁ। ସେଥିରୁ ୪ ଜଣ ଯୁବତୀ ଗତ ମେ ମାସରେ ଗାଁ କୁ ଫେରିଥିବା ବଳେ ଗୋପୀନାଥ ସୁନାଙ୍କ ୧୯ ବର୍ଷିଅ ଯୁବତୀ ରଶ୍ମୀତା ସୁନା ଖୋଜଖବର ନାହିଁ। ଦାଦନ ଯାଇଥିବା ସାଥୀ ଝିଅଙ୍କ ସୁଚନା ଆନୁଯାୟୀ ଦଲାଲ ଯୁଧିଷ୍ଟିର ବିଭାର ସମସ୍ତ ଯୁବତୀଙ୍କୁ ତ୍ରୀପୁର ଏକ ସୁତାକଳରେ ନିୟୋଜିତ କରିଥିବା ବଳେ ସପ୍ତାହକ ପରେ ରଶ୍ମିତା କୁ ଆନ୍ୟତ୍ର କାମ କରିବାକୁ ସ୍ଥାନନ୍ତର କରିଥିଲା । ଆନ୍ୟପକ୍ଷରେ ରଶ୍ମିତା ନିଜ ଇଚ୍ଛାରେ କାମ ପାଇଁ ସ୍ଥାନ ପରିବର୍ତ୍ତନ କରିଥିବା ଦଲାଲ ରଶ୍ମିତାଙ୍କ ପରିବାରକୁ ସଫେଇ ଦେଇ ଆସୁଛି ।
୭ ମାସ ପରେ ଝିଅ ନିଖୋଜ ଥିବା ଜାଣି ପାରି ପରିବାର ଝିଅ କୁ ଦଲାଲ ବିକ୍ରୀ କରି ଦେବା ଆଶଙ୍କା ରେ ମଦନପୁର-ରାମପୁର ଥାନା ରେ ଏତଲା ଦାୟର କରିଛନ୍ତି । ହଲେ ଆଦ୍ୟାବଧି ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ସଫେଇ ଦେଉଥିବା ବଳେ ହାତ ରେ ନିଖୋଜ ଯୁବତୀ ର ସୁରାକ ମିଳୁନାହିଁ । ଥାନାରେ ପରିବାରର ଏତଲା ପରେ ଦଲାଲ ଯୁଧିଷ୍ଟିର ବିଭାର ଗାଁରୁ ଫେରାର ରହିଛି । ଆନ୍ୟପକ୍ଷରେ ଏହି ଘଟଣା ଏସ.ସି ଏଟ୍ରୋସିଟି, ଯୁବତୀ ଚାଲଣ ମାମଲା ଅନ୍ତର୍ଭୁକ୍ତ ରହିଥିଲେ ହେଁ ପୋଲିସ ଏହି ଧାରା ରେ ତଦନ୍ତ କରୁ ନଥିବା ହୃଦୟଙ୍ଗମ କରି ସ୍ବେଚ୍ଛାସେବୀ ଏହି ଘଟଣାରେ ଜାତୀୟ ମାନବ ଆଧିକାର ଆୟୋଗ ହସ୍ତକ୍ଷେପ କରନ୍ତୁ ବୋଲି ମାମଲା ରୁଜୁ କରିଛନ୍ତି ।