Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ତିରୁପତି ମନ୍ଦିରରେ ପ୍ରତିଦିନ ବଣ୍ଟାଯାଏ ତିନି ଲକ୍ଷ ଲଡୁ, ଜାଣନ୍ତୁ ଏହାର ବିଶେଷତା…

10/09/2021 at 4:02 PM

ନୂଆଦିଲ୍ଲୀ ୧୦/୦୯ : ସମଗ୍ର ବିଶ୍ବରେ ହିନ୍ଦୁ ଧର୍ମର ପବିତ୍ର ସ୍ଥାନଗୁଡ଼ିକର କୌଣସି ଅଭାବ ନାହିଁ । ହେଲେ ଭାରତରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଛି। କିନ୍ତୁ ସମସ୍ତ ମନ୍ଦିରର ଭିନ୍ନ ଭିନ୍ନ ଧାର୍ମିକ ବିଶ୍ବାସ ଥିବାବେଳେ ଆନ୍ଧ୍ରପ୍ରଦେଶର ତିରୁମାଳା ପାହାଡରେ ଅବସ୍ଥିତ ତିରୁପତି ବାଲାଜୀ ମନ୍ଦିର ଧାର୍ମିକ ମହତ୍ତ୍ବପୂର୍ଣ୍ଣ ସହ ଏକ ବିଶେଷ ଜିନିଷ ପାଇଁ ସାରା ବିଶ୍ବରେ ପରିଚିତ।

ତେବେ ଏହି ପବିତ୍ର ମନ୍ଦିରର ବିଶେଷତ୍ବ ​​ହେଉଛି ଏଠାରେ ପ୍ରତିଦିନ ତିନିରୁ ଚାରି ଲକ୍ଷ ଲଡୁ ତିଆରି କରାଯାଏ। ଏବଂ ମନ୍ଦିରର ରୋଷେଇ ଘର ଦୁନିଆର ସବୁଠୁ ବଡ ରୋଷେଇ ଘର ଭାବରେ ପରିଗଣିତ ହୁଏ। ଏହା ସହିତ ଏହି ଲଡୁ ଗୁଡିକର ସ୍ବାଦ ମଧ୍ୟ ବହୁତ କାସ ରହିଥାଏ । ବିଶେଷ, କରି ତେଣୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ଏକ ସୂଚନା ପ୍ରଦାନ କରୁଛୁ। ତେବେ ଭକ୍ତମାନେ ନିଶ୍ଚିତ ଭାବରେ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦ ଖାଇଥାନ୍ତି। ଏହାକୁ ଖାଇବା ଦ୍ବାରା ମନ ଏବଂ ଆତ୍ମା ​​ଶୁଦ୍ଧ ହୋଇଥାଏ। ଏହା ସହିତ ଜୀବନରେ କରାଯାଇଥିବା ଭୁଲ୍ ଓ ପାପରୁ ମୁକ୍ତି ମିଳିଥାଏ । ତିରୁମାଳା ମନ୍ଦିରର ଗୁପ୍ତ ରୋଷେଇକୁ ପୋଟୁ କୁହାଯାଏ। ଯେଉଁଥିରେ ୬୦ ରୁ ୭୦ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ପ୍ରତିଦିନ ଖାଦ୍ୟ ପ୍ରସ୍ତୁତ କରାଯାଏ । ଏହି ତିନି ରୁ ଚାରି ଲକ୍ଷ ସ୍ବତନ୍ତ୍ର ଲଡୁକୁ ପ୍ରସାଦ ଭାବରେ ତିଆରି କରାଯାଏ।

ଏହି ଲଡୁଗୁଡ଼ିକର ସ୍ବାଦ ଏତେ ଖାସ୍ ରହିଥାଏ ଯେ ସମସ୍ତେ ଏହାକୁ ଖାଇବାକୁ ଚାହାଁନ୍ତି । ଏହାର  ୨୦୦୬ ମସିହାରେ ଆରମ୍ଭ, ହୋଇଥିଲା । ଏଥିପାଇଁ ମନ୍ଦିର ବାହାରେ ଏକ ସ୍ବତନ୍ତ୍ର ସ୍ଥାନ ରଖାଯାଇଥିଲା | ଏହା ପରେ ସେଠାରେ ଏକ ଆଧୁନିକ ରୋଷେଇ ଘର ନିର୍ମାଣ କରାଯାଇଥିଲା । ତେବେ ସେହି ରୋଷେଇ ଘରେ କେବଳ ମନ୍ଦିରର ପୁରୋହିତ ଏବଂ କିଛି ବିଶେଷ ବ୍ୟକ୍ତି ହିଁ କେବଳ ପ୍ରବେଶ କରିପାରିବେ। ଏହି ରୋଷେଇ ଘରର ପରିଷ୍କାର ପରିଚ୍ଛନ୍ନତା ସହିତ ଏହାର ବିଶେଷ ଯତ୍ନ  ମଧ୍ୟ ନିଆଯାଏ ।

   Related Posts