Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ଢେଙ୍କାନାଳ RTOଙ୍କ ଘରେ ଭିଜିଲାନ୍ସ ଚଢାଉ

6/07/2018 at 1:55 AM

ଢେଙ୍କାନାଳ ଆରଟିଓ ବସନ୍ତ ବେହେରା ଫୁଲ୍ ମାଲଦାର୍ । ଦୁର୍ନୀତି କରି କୋଟି କୋଟି ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି କରିଛନ୍ତି । ଆଜି ସେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ବେଳେ ସନ୍ଧ୍ୟା ସୁଦ୍ଧା ତାଙ୍କର ୩ କୋଟି ୮୫ ଲକ୍ଷ ୭୫ ହଜାର ୩୨୬ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ଥିବା ଜଣାପଡ଼ିଛି । କେବଳ କଟକ ଭୁବନେଶ୍ବର-ଟ୍ୱିନ୍ ସିଟିରେ ତାଙ୍କର ୭ଟି ପ୍ଲଟ୍ ଅଛି । ଭୁବନେଶ୍ବର ଡୁମଡୁମା କସମୋପଲିସ୍ ଆପାର୍ଟମେଣ୍ଟରେ ଗୋଟେ ୪ ବିଏଚକେ ଫ୍ଲାଟ୍ ଅଛି । ମର୍ସିଡିଜ୍, ଇନୋଭା, ବ୍ରାୟୋ ଏବଂ ଆଇ-ଟେନ୍ ୪ଟି କାର୍ ସହ ୨ଟି ମୋଟର ସାଇକେଲ ଅଛି । ୩ ଲକ୍ଷ ୯୦ ହଜାର ଟଙ୍କାର ୪ ଲକ୍ଷ ଟଙ୍କାର ସୁନା ଓ ହୀରା ଅଳଙ୍କାର, ନଗଦ ୩ ଲକ୍ଷ ୪୪ ହଜାର ୭୯୦ ଟଙ୍କା ଜବତ କରାଯାଇଛି । ୧୩ ଲକ୍ଷ ୯୨ ହଜାର ୨୮୨ ଟଙ୍କାର ବିଭିନ୍ନ ଘରକରଣା ସାମଗ୍ରୀ ଏବଂ ପାଖାପାଖି ସାଢେ ୭ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରଖିଛନ୍ତି ଆରଟିଓ ବସନ୍ତ ବେହେରା । ବସନ୍ତଙ୍କ ଆୟ ବହିର୍ଭୁତ ସମ୍ପତ୍ତି ବାବଦରେ ଠୋସ୍ ସୂଚନା ପାଇବା ପରେ ଭିଜିଲାନ୍ସ ଆଜି ତାଙ୍କ ଢେଙ୍କାନାଳ ଅଫିସ୍ ଓ ସରକାରୀ ବାସଭବନ ସମେତ କଟକ, ଭୁବନେଶ୍ବର ଏବଂ ପୈତୃକ ଘର ଯାଜପୁର ଆରିକାନାରେ ଏକକାଳୀନ ଚଢାଉ କରିଥିଲା ।

   Related Posts