Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟରେ ପୁଣି ବଢିଲା ବସ୍ ଭଡା, ସାଧାରଣ ଓ ଏକ୍ସପ୍ରେସ କିଲୋମିଟର ପିଛା ୫ପଇସା, ଡିଲକ୍ସ ଓ ଏସି ଡିଲକ୍ସ ୧୦ପଇସା ବୃଦ୍ଧି
  • ||
  • ଧର୍ମଗଡ : ବାଇକ୍ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ୩ ମୃତ
  • ||
  • ସାନଖେମୁଣ୍ଡି : ବାରହା ଆକ୍ରମଣରେ ୭ ଆହତ, ଗ୍ରାମବାସୀ ଭୟଭୀତ
  • ||
  • ରାଉରକେଲା : ଶିଶୁପାଳ ହୋଇ ଫେରିଲା ବର, ଅଧାରୁ ବନ୍ଦ ହେଲା ବାଲ୍ୟ ବିବାହ
  • ||
  • ଆଠଗଡ : ସରିଯାଉଛି ଟୋକନ ଅବଧି, ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଚାଷୀଙ୍କ ରାସ୍ତା ଅବରୋଧ
  • ||
  • ଭଦ୍ରକ : ଅଷ୍ଟପ୍ରହରୀ ଚାନ୍ଦା ପାଇଁ ଗଛରେ ବାନ୍ଧି ନିସ୍ତୁକ ମାଡ ଅଭିଯୋଗ, ଥାନାରେ ଏତଲା
  • ||
  • ନୀଳଗିରି : ନୀଳଗିରି ସହରରେ ବୁଲୁଛି ଭାଲୁ, ଲୋକେ ଭୟଭୀତ
  • ||
  • ରାଉରକେଲା : ଛାତ୍ରଙ୍କ ନାଁରେ ଜିଏସଟି ଠକେଇ ଅଭିଯୋଗ, ୩୮କୋଟି ଟଙ୍କାର ଠକେଇ ନେଇ ନୋଟିସ୍
  • ||
  • ସାନଖେମୁଣ୍ଡି : ଥାନାଠାରୁ ୧ କି.ମି. ଦୂରରେ ଚାଲିଥିଲା ବେଆଇନ ବିଦେଶୀ ମଦ ବିକ୍ରି, ଚଢାଉ କରି ନଷ୍ଟ କଲା ପୋଲିସ
  • ||
  • ବାଲେଶ୍ବର : ୧୬ନଂ ଜାତୀୟ ରାଜପଥ କୁରୁଡା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଡେଡଲାଇନ ପରେ ଡେଡ୍ ଲାଇନ ସରିଲା, ହେଲେ କର୍ଣ୍ଣାଟକ ରାଜନୈତିକ ସଂଙ୍କଟ ଟଳିଲାନି

19/07/2019 at 7:26 PM

ବେଙ୍ଗାଳୁରୁ୧୯|୭: ଡେଡଲାଇନ ପରେ ଡେଡ୍ ଲାଇନ ସରିଲା ହେଲେ କର୍ଣ୍ଣାଟକରେ ସଂଙ୍କଟର ଟଳିଲାନି ।ପ୍ରଥମେ ସାଢ଼େ ଗୋଟାଏ ସୁଦ୍ଧା ଗୃହରେ ଆସ୍ଥା ଭୋଟ୍ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ । ପରେ ସଂଧ୍ୟା ୬ଟା ସୁଦ୍ଧା ଆସ୍ଥାଭୋଟ୍ ସାରିବାକୁ ନିର୍ଦ୍ଦେଶ, ଦେଇଛନ୍ତି । ସେପଟେ ଗତରାତିରୁ ଆଜି ଦିନ ତମାମ ଦେଖିବାକୁ ମିଳିଥିଲା ଅନେକ ନାଟକବାଜି ।…

ସଞ୍ଜବୁଡ଼ି ପାହିଲା ରାତି  । ରାତି କଟିଲା ବିଧାନସଭାରେ । ଦିନ ତମାମ କର୍ଣ୍ଣାଟକ ବିଧାନସଭାରେ ଦେଖିବାକୁ ମିଳିଥିଲା ନାଟକବାଜୀ ।… ବାଚସ୍ପତି ଗତକାଲି ଆସ୍ଥା ଭୋଟ୍ ନକରି ବିଧାନସଭାକୁ ସ୍ଥଗିତ କରିଦେବା ପରେ ପ୍ରତିବାଦରେ ସାରା ରାତି ବିଜେପି ବିଧାୟକମାନେ ଗୃହରେ ଶୋଇ ରହିଥିଲେ ।

କିଏ ଚଦର ପକାଇ ଶୋଇଲା ତ ଆଉ କିଏ ସୋଫାରେ ଘୁମେଇଲା ।… ଏପଟେ ବିଳମ୍ବିତ ରାତିରେ ରାଜ୍ୟପାଳ ବାଜୁ ଭାଇ ବାଲା ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ବାମୀଙ୍କୁ ଚିଠି ଲେଖି ଜଣାଇଲେ ଦିନ ସାଢ଼େ ଗୋଟାଏ ସୁଦ୍ଧା ଆସ୍ଥାଭୋଟ୍ କରିବା ପାଇଁ । …

ସାରା ରାତି ବିଧାନସଭାରେ କଟାଇବା ପରେ ସକାଳୁ ସକାଳୁ କିଛି ବିଧାୟକ ବାହାରିଥିଲେ ମଣିଂୱାକରେ । ଏପଟେ ବିଜେପି ବିଧାୟକଙ୍କ ପାଇଁ ହାତରେ ଜଳଖିଆ ଧରି ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ବର ରାଓ । ଏପରି କି ଡାଇବେଟିକ୍ ମାନଙ୍କ ପାଇଁ ସ୍ବତନ୍ତ୍ର ନାସ୍ତା ବି ନେଇଥିଲେ । ବିଧାନସଭା ଭିତରେ ହିଁ ବିଜେପି ବିଧାୟକମାନେ ବ୍ରେକଫାଷ୍ଟ କରିଥିଲେ ।…

ସେପଟେ ୟେଦ୍ୟୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବା ପାଇଁ ହଜାରେ ଏକ ପାହାଚ ଚଢ଼ି ଚାମୁଣ୍ଡେଶ୍ବରୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ ବିଜେପି ବିଧାୟକ ଶୋଭା କରଂଦଲଜେ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଭାଇ ରେବନ୍ନା ଆଜି ହାତରେ ଲେମ୍ବୁ ଧରି ପହଞ୍ଚିଥିଲେ ବିଧାନସଭାରେ।..

ଦିନ ୧୧ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ମୁଖ୍ୟମନ୍ତ୍ରୀ କୁମାର ସ୍ବାମୀ  ପ୍ରଥମେ ବିତର୍କ ଶେଷ କରିବାକୁ ବିଜେପିକୁ ଆହ୍ବାନ ଦେଇଥିଲେ । ବିଶ୍ବାସ  ପ୍ରସ୍ତାବରେ ଉତ୍ତର ରଖି କୁମାରସ୍ବାମୀ କହିଥିଲେ  ଅଙ୍କରେ ତାଙ୍କ ସରକାର ପଛେଇ ଯାଇଛି, ବିଜେପି ଆଗକୁ ସରକାର ବନାଇ ପାରିବ।  ତେବେ ବିଜେପି ଏତେ  ତରତର କାହିଁକି ହେଉଛି ବୋଲି ସେ ତାତ୍ସଲ୍ୟ କରିଥିଲେ ।

ଗୃହରେ ଆଲୋଚନା ଚାଲିଥିବା ବେଳେ ରାଜ୍ୟପାଳଙ୍କ ଡେଡ୍ ଲାଇନ୍ ଏଣ୍ଡ ହୋଇଯାଇଥିଲା, ସାଢ଼େ ଗୋଟାଏ ବାଜିଥିଲା, ହେଲେ ଆସ୍ଥା ଭୋଟ୍ ହୋଇପାରିଲାନି । ପରେ ଗୃହକୁ ଦିନ ତିନିଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ ବାଚସ୍ପତି । ଏଥିସହ ବାଚସ୍ପତି କହିଥିଲେ, ବିତର୍କ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ସେ ଆସ୍ଥାଭୋଟ୍ କରିପାରିବେ ନାହିଁ ।…

ଏବେ ବି ବିଧାନସଭା ବାହାରେ ୨୦ ବିଧାୟକ । ତେଣୁ ବିତର୍କ ଶେଷ ହେବାକୁ ପ୍ରାୟ ସୋମବାର ହୋଇଯିବ । ତାପୂର୍ବରୁ ଆସ୍ଥାଭୋଟ୍ ହୋଇପାରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ସିଦ୍ଧରମେୟା। ସେପଟେ ବିଜେପି ପକ୍ଷରୁ ୫ କୋଟି ଟଙ୍କାର ଲାଞ୍ଚ ଯଚା ଯାଇଥିବାର ଅଭିଯୋଗ ଆଣିଥିଲେ ଜେଡିଏସ ବିଧାୟକ ଶ୍ରୀନିବାସ ଗୌଡ଼ା । ସେହିପରି ବିଦ୍ରୋହୀ ବିଧାୟକଙ୍କ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଯାଇଛି କଂଗ୍ରେସ…

କର୍ଣ୍ଣାଟକରେ ଏହି ନାଟକବାଜୀର ଅନ୍ତ କରିବା ପାଇଁ ସଂଧ୍ୟା ୬ଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିଥିଲେ ରାଜ୍ୟପାଳ । କିନ୍ତୁ କର୍ଣ୍ଣାଟକର ଲୁଚକାଳି ଲମ୍ବିଲମ୍ବି ଚାଲିଛି।

   Related Posts