ଡ଼ି.ଏନ.ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ
3/08/2018 at 12:56 PM

ଜଗତସିଂହପୁର ଆଚାର୍ଯ୍ୟ ନର୍ସିଂହୋମରୁ ଉଦ୍ଧାର ଶିଶୁ ପୁତ୍ର ଏବଂ ସନ୍ତାନଟିର ବାପା ମା ଦାବି କରୁଥିବା ଦମ୍ପତ୍ତିଙ୍କ ଡିଏନ୍ଏ ଟେଷ୍ଟ ପାଇଁ ସଂଗ୍ରହ ହେଲା ରକ୍ତ ନମୂନା । ଟେଷ୍ଟ ପାଇଁ ରକ୍ତ ନମୂନା ପଠାଯାଇଛି । ଗତ ୨୬ ତାରିଖରେ ଆଚାର୍ଯ୍ୟ ନର୍ସିଂହୋମର ଉପରେ ସିଡବ୍ଲୁସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଚଢାଉ ୨ଦିନ ପରେ ଗୋପିନାଥପୁର ଗାଁର ମାମିନା ଭୋଇ ଓ ତାଙ୍କ ସ୍ବାମୀ ବ୍ରଜ କିଶୋର ଭୋଇ ସମ୍ପୃକ୍ତ ଶିଶୁ ପୁତ୍ର ବାପା ମା ବୋଲି ଦାବି କରିଥିଲେ । କିନ୍ତୁ କୌଣସି ପ୍ରମାଣ ଦେଖାଇ ପାରିନଥିଲେ । ତେଣୁ ଆଜି ଡିଏନ୍ଏ ଟେଷ୍ଟ ପାଇଁ ରକ୍ତ ନମୂନା ପଠାଯାଇଛି । କିନ୍ତୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର କେହି ଦାବିଦାର ମିଳିନାହାନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ନର୍ସିଂହୋମକୁ ସିଲ୍ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ନର୍ସିଂ ହୋମ ମାଲିକ ପରମାନନ୍ଦ ଆଚାର୍ଯ୍ୟଙ୍କୁ ଗିରଫ କରିପାରିନି ପୋଲିସ ।