Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୯୬୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୪୬ ଡିସଚାର୍ଜ
  • ||
  • ବଶବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ, ପ୍ରସ୍ତାବ ଦେଲେ ୟେଦିୟୁରପ୍ପା
  • ||
  • ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା, ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟି ବାତିଲ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଦୁଇ ନାବାଳକ ଅପହରଣ, ପରେ ଉଦ୍ଧାର

6/06/2018 at 10:15 PM

ବଲାଙ୍ଗିର ରେଲୱେ ଷ୍ଟେସନ ନିକଟ ବିକ୍ରମ ଛକରୁ ୨ ନାବାଳକ ଉଦ୍ଧାର । ୨ ନାବାଳକ ସୋନପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ସମ୍ପର୍କରେ ଦୁଇ ଭାଇ । ଆଜି ସକାଳୁ ଅଭିଷେକ ମେହେର ଓ ତାଙ୍କ ପିଉସୀ ପୁଅ ଭାଇ ଜିଲୁ ମେହେର ଦୁହେଁ ଷ୍ଟାଡିୟମକୁ ଖେଳିବାକୁ ଯାଉଥିବା ବେଳେ ତାଙ୍କ ଉପରକୁ କିଏ ପଥର ଫୋପାଡିଥିଲେ । ତେବେ କିଏ ଏହି ପଥର ଫୋପାଡିଲା ତାହା ଦେଖିବାକୁ ଯିବା ବେଳେ ହଠାତ୍ ପଛପଟୁ ମୁହଁରେ କପଡା ଗୁଡାଇ ସେମାନଙ୍କୁ କେହି ଉଠାଇ ନେଇଥିଲେ । ପରେ ସେମାନଙ୍କୁ ବଲାଙ୍ଗିର ଷ୍ଟେସନ ନିକଟରେ ଛାଡି ପଳାଇଥିଲେ । ଦୁହିଁଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଯାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଦୁହିଁଙ୍କୁ ବଲାଙ୍ଗିର ଟାଉନ ଥାନା ପୋଲିସ ଉଦ୍ଧାର କରିଥିଲା । ତେବେ କିଏ ଓ କାହିଁକି ନାବାଳକ ଦୁହିଁଙ୍କୁ ଉଠାଇ ନେଇଥିଲେ ତାର ତଦନ୍ତ ଚଳାଇଛି ପୋଲିସ ।

Leave a Reply

   Related Posts