Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଟ୍ରେନରୁ ସୁନା ଚୋରିର ଚେର ମଧ୍ୟପ୍ରଦେଶରୁ ଲମ୍ବିଛି ଧାମନଗର, ଭଦ୍ରକରେ ମଧ୍ୟପ୍ରଦେଶ ପୋଲିସର ଚଢ଼ାଉ

17/06/2021 at 7:32 PM

ଭଦ୍ରକ,୧୭/୦୬ : ଟ୍ରେନରୁ ସୁନା ଗହଣା ଚୋରିର ଚେର ଲମ୍ବିଛି ମଧ୍ୟପ୍ରଦେଶରୁ ଭଦ୍ରକ ଜିଲ୍ଲା ଧାମନଗର ପର୍ଯ୍ୟନ୍ତ। ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସର ମିଳିତ ଚଢ଼ାଉ ଓ ଗିରଫଦାରୀ ପରେ ଏହି ଖବର ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲାରେ ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସ ଦୀର୍ଘ ଦିନ ହେବ ଡେରା ପକାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ । ଟ୍ରେନରେ ଯାତ୍ରୀଙ୍କ ସୁନା ଗହଣା ଚୋରିର ରାକେଟକୁ ଧରିବା ପରେ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଉଭୟ ଟିମ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକ ଜିଲ୍ଲାର ରାନ୍ଦିଆ ଠାରେ ପ୍ରଥମେ ଜଣେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି ।

ତେବେ ସେହି ଅଭିଯୁକ୍ତର ସୂଚନା ମୁତାବିକ, ସେଠାରେ ଟ୍ରେନରେ ଚୋରି ହେଉଥିବା ସୁନା ବିକ୍ରି ନେଇ ଖବର ମିଳିବା ମାତ୍ରେ ପୋଲିସ ଧମାନଗର ଥାନା ଖରଖାଇ ଗାଁ ର ଶ୍ରୀଧର ସାହୁ ନାମକ ଯୁବକକୁ ସ୍ଥାନୀୟ ପୋଲିସ ସାହାଯ୍ୟରେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରିଥିଲା । ଶ୍ରୀଧର ସାହୁଙ୍କୁ ନିଜ ହେପାଜତକୁ ନେଇଥିଲା ଓ ପରେ ତାର ବୟାନକୁ ଆଧାର କରି ବାରିକପୁର ବଜାରରେ ଥିବା ଏକ ସୁନା ଦୋକାନରେ ଚଢ଼ାଉ କରିଥିଲା ଓ ସୁନା ଜବତ କରିଥିବା ଜଣାପଡ଼ିଛି ।

ତେବେ ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହ ସାଙ୍ଗରେ ନେଇଥିବା ଜଣାପଡିଛି। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଥିବା ବେଳେ ୨୧ ତାରିଖ ସୁଦ୍ଧା ମଧ୍ୟପ୍ରଦେଶ କୋର୍ଟରେ ହାଜର କରାଯିବା ନେଇ ସୂଚନା ମିଳିଛି । ଏ ନେଇ ଧାମନଗର ପୋଲିସ, ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

   Related Posts