ଟ୍ରାଫିକ ପୋଲିସଙ୍କୁ ଯୁବତୀଙ୍କ ଅସାଳିନ ବ୍ୟବହାର
8/08/2018 at 5:30 PM

ଟ୍ରାଫିକ ପୋଲିସଙ୍କୁ ଯୁବତୀଙ୍କ ଅସାଳିନ ବ୍ୟବହାର । ସମ୍ପୃକ୍ତ ଯୁବତୀ ଓ ଜଣେ ଯୁବକଙ୍କ ନାଁରେ ମାମଲା ରୁଜୁ । ନିଜ ଆଡୁ ମାମଲା ରୁଜୁ କଲା କମିଶନରେଟ ପୋଲିସ । କର୍ତ୍ତବ୍ୟରତ ଟ୍ରାଫିକ କନଷ୍ଟେବଲଙ୍କୁ ଦୁର୍ବ୍ୟବହାର କରିଥିଲେ ଜଣେ ଯୁବତୀ । ଗତକାଲି ସଂଧ୍ୟାରେ ରମାଦେବୀ କଲେଜ ନିକଟରେ ହେଲମେଟ ଚେକିଂ ବେଳେ ବିନା ହେଲମେଟ୍ ରେ ଯାଉଥିବା ଜଣେ ଯୁବତୀ ଦୁଇ ଜଣ ଯୁବକଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲା । ହେଲେ ସେହି ସମୟରେ ସମ୍ପୃକ୍ତ ଯୁବତୀ ଏବଂ ଜଣେ ଯୁବକ ସେହି ସ୍ଥାନ ଛାଡି ଚାଲି ଯାଇଥିଲେ । ହେଲେ କିଛି ସମୟ ପରେ ପୁଣି ଥରେ ଯୁବତୀ ଜଣଙ୍କ ସେହି ସ୍ଥାନକୁ ଫେରି ଟ୍ରାଫିକ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିଲେ । ପରେ ସେମାନଙ୍କୁ ଟ୍ରାଫିକ ପୋଲିସ ଶିହଦନଗର ଥାନାକୁ ନେଇ କିଛି ସମୟ ପରେ ଛାଡି ଦେଇଥିଲେ ।