Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଟୁଙ୍ଗୀରେ ଇଞ୍ଜିନିୟରିଂ ଗଞ୍ଜଡ଼

25/07/2018 at 5:01 PM

ଭାଗବତ ଟୁଙ୍ଗୀରେ ପୋଥି, ପୁରାଣ ବଦଳରେ ଗଞ୍ଜେଇ, ଚରସ, ମଦର ଆସର । ଠାକୁରଙ୍କ ସ୍ଥାନ ପାଲଟିଥିଲା ନିଶାଖୋରଙ୍କ ସ୍ବର୍ଗ । ଚୋରା ନିଶା ବେପାରୀଙ୍କ ଆଡ୍ଡା ପାଲଟିଛି ଭୁବନେଶ୍ବର ଉପକଣ୍ଠ ମଳିପଡ଼ା ପଞ୍ଚାୟତ ଗୋଠପାଟଣା ଗାଁର ଭାଗବତ ଟୁଙ୍ଗୀ । ଟିକେ ନଜର ବୁଲେଇ ଆଣନ୍ତୁ । ଉପରେ ଈଶ୍ବରଙ୍କ ନାଁ, ତଳେ ନିଶା ଦ୍ରବ୍ୟ । ହେଲେ ଠିକ୍ ନିଶା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଗଲେ ନିଶାଡ଼ି । ଗତକାଲି ଏହି ଘରେ ଅଧିକ ନିଶା ସେବନ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ପଞ୍ଚାୟତକୁ ଚୋରା ନିଶା ଦ୍ରବ୍ୟ ମୁକ୍ତ କରିବା ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଗାଁର ଯୁବକମାନେ । କିନ୍ତୁ ନିଶା ମୁକ୍ତିକୁ ନେଇ ଏପଟେ ଆନ୍ଦୋଳନ ଚାଲିଥିବା ବେଳେ ଠିକ୍ ସେତିକିବେଳେ ଅଳ୍ପ ଦୂରରେ ଥିବା ସେହି ଭାଗବତ ଟୁଙ୍ଗୀରେ ବସି କିଛି ଛାତ୍ର ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା । ୪ ଜଣ ଯୁବକଙ୍କୁ ଗାଁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । ଲୋକଙ୍କ ବାରମ୍ବାର ଦାବି ପରେ ବି ଅବକାରୀ ବିଭାଗ ଓ ପୋଲିସ ଚୋରା ନିଶା ବେପାରୀଙ୍କ ଉପରେ ରୋକ୍ ଲଗାଇବାରେ ବିଫଳ ହେଉଛି । ଚୋରା ନିଶା ଦ୍ରବ୍ୟ ସେବନକାରୀ ନୁହଁ, ଏହାର ବେପୀରଙ୍କୁ ବି ପୋଲିସ ଗିରଫ କରିବାକୁ ଦାବି ହୋଇଛି । ଆଗାମୀ ଦିନରେ ଖାଲି ଚୋରା ନିଶା ଦ୍ରବ୍ୟ ନୁହେଁ, ସମସ୍ତ ପ୍ରକାର ନିଶା ଦ୍ରବ୍ୟରୁ ଗାଁକୁ ମୁକ୍ତ କରିବାକୁ ଯୁବକମାନେ ଆହ୍ବାନ ଦେଇଛନ୍ତି ।

   Related Posts