ଟିଭି ପରଦାର ଇଚ୍ଛାଧାରୀ ନାଗୁଣୀ କିଣିଲେ କୋଟିଏ ଟଙ୍କାର କାର
16/01/2021 at 9:25 PM

ନୂଆଦିଲ୍ଲୀ ୧୬/୦୧: ଟିଭି ଅଭିନେତ୍ରୀ ନିଆ ଶର୍ମା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍। ସବୁ ବେଳେ କିଛି ନା କିଛି ପୋଷ୍ଟ କରନ୍ତି ନିଆ। ଏବେ ଏକ ଦାମୀ କାର ଫଟୋ ପୋଷ୍ଟ କରିଛନ୍ତି ଟିଭି ପରଦାର ଇଚ୍ଛାଧାରୀ ନାଗୁଣୀ । ଇନ୍ଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ନିଆ କାର ଉପରୁ ପରଦା ଉଠାଉଥିବା ଦେଖିବାକୁ ମିଳିଛନ୍ତି।
ନିଆଙ୍କ ଏହି ପୋଷ୍ଟରେ ଟିଭି କଳାକାରଙ୍କ ସମେତ ଫ୍ୟାନ୍ସ ବି କମେଣ୍ଟ କରୁଛନ୍ତି। ଏହା ସହ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଉଛନ୍ତି। ନିଆ ଶର୍ମା କିଣିଥିବା କାର ହେଉଛି ଭଲ୍ଭୋ ଏକ୍ସସି ୯୦ ଡି୫ ଇନ୍ସ୍କ୍ରିପ୍ସନ। ଯାହାର ଦାମ ଭାରତୀୟ ବଜାରରେ ୮୭.୯୮ ଲକ୍ଷ ଟଙ୍କା। ଅଭିନେତ୍ରୀ ସେୟାର କରିଥିବା ଫଟୋରେ ଗାଡ଼ି ଉପରୁ କପଡ଼ା ହଟାଇବା ସହ ବିଭିନ୍ନ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ପୋଷ୍ଟ କରି ନିଆ ଲେଖିଛନ୍ତି, ‘ଆପଣ ଖୁସି କିଣି ପାରିବେ ନାହିଁ କିନ୍ତୁ କାର କିଣିପାରିବେ।’
ନିଆ ଶର୍ମାଙ୍କ କ୍ୟାରିୟର କଥା କହିଲେ ସେ, ଧାରାବାହିକ ‘କାଳୀ’ରୁ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ଏହା ପରେ ‘ଏକ ହାଜାରୋଁ ମେଁ ମେରୀ ବହନା’ରେ ନଜର ଆସିଥିଲେ। ଏଥିରେ ତାଙ୍କୁ ଖୁବ ଲୋକପ୍ରିୟତା ମିଳିଛି। ଏହା ପରେ ‘ଜମାଇ ରାଜା’ରେ ରବି ଦୁବେଙ୍କ ଅପୋଜିଟ୍ରେ ରୋଲ୍ ପ୍ଲେ କରିଥିଲେ ନିଆ। ଗତବର୍ଷ ଖତ୍ରୋଁ କା ଖିଲାଡି ଟ୍ରଫି ଜିଣିଥିଲେ ନିଆ ଶର୍ମା।