Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଟିଟିଳାଗଡରେ ନକଲି ନୋଟ ଜବତ

29/06/2018 at 10:13 PM

ଟିଟିଳାଗଡରେ ନକଲି ନୋଟ ଜବତ ହେବା ପରେ ପୋଲିକୁ ମିଳିଛି ସଫଳତା। ଦୁଇ ଜଣକୁ ଗିରଫ କରିଛି ଜିଆରପି ପୋଲିସ। କଟକ, କେନ୍ଦ୍ରାପଡା ଓ ଟିଟିଲାଗଡ ରୁ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। କଟକ, କେନ୍ଦ୍ରାପଡାର ଅଞ୍ଚଳର ମନୋରଞ୍ଜନ ସାମଲ ଓ ଟିଟିଲାଗଡର ଟଙ୍କଧର ପୁଟେଲ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଏକ ଲକ୍ଷ ଟଙ୍କା ନକଲି ନୋଟ ବଦଳରେ ୨୫ ହଜାର ଟଙ୍କା ଅସଲି ନୋଟ ଦିଆ ନିଆ କାରବାର କରିବାର କରାଯାଇଥିଲା ମାଣ୍ଟର ପ୍ଲାନ। ତେବେ ଏହି ନକଲି ନୋଟ ଟିଟିଲାଗଡର ସାପ୍ତାହିକ ବଜାର ସହ ଖୁଚୁରା ଦୋକାନ ଗୁଡିକୁ ଦେବାର ଟାର୍ଗେଟ କରିଥିବା ପ୍ଲାନ କରିଥିଲେ ଏହି ଦୁଇ ଜଣ ଅଭିଯୁକ୍ତ। ଯାହାକୁ ଭଣ୍ଡୁର କରିଛି ଜିଆରପି ପୋଲିସ। ପୋଲିସ ହାତରେ ପଡିବା ପରେ ସବୁ ସତକଥା ଓଗାଳିଛନ୍ତି ଦୁଇ ଜଣ ଅଭିଯୁକ୍ତ। ,ନେଇ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ଜିଆରପି ଡିଏସପି। ତେବେ ଏହି ଘଟଣାରେ ସମ୍ପୃକ୍ତ ରାମଚନ୍ଦ୍ରଙ୍କ ସହ ଆହୂରି ମଧ୍ୟ କିଛି ଳୋକ ଏ କାରବାରରେ ସାମିଲ ଥିବା କହିଛନ୍ତି ଜିଆରପି ଡିଏସପି। ଖାଲି ସେତିକି ନୂହେଁ ରାମଚନ୍ଦ୍ର ନିଜେ ଏକ ପ୍ରିଣ୍ଟିଙ୍ଗ ମେସିନ ଜରିଆରେ ଜାଲ ନୋଟ ତିଆରି କରୁଥିବା ବେଳେ ତାଙ୍କ ସହ ଆହୁରି ଳୋକ ସମ୍ପୃକ୍ତ ଥିବା ସୁଚନା ମିଳିଛି। ତେବେ ରାମଚନ୍ଦ୍ର କଟକ ର ମନୋରଞ୍ଜନ ସହ ମିଶି ପ୍ରଥମେ ଗ୍ରାହକ ଖୋଜିଥିଲେ। ପରେ ଟିଟିଲାଗଡ ର ଟଙ୍କଧରଙ୍କ ସାହାର୍ଯ୍ୟରେ ଏହି ନକଲି ନୋଟ ବିଭିନ୍ନ ସ୍ଥାନକୁ ପଠାଇବା ସହ ନିଜ ନକଲି ନୋଟର ରାକେଟ ଚଲାଇଥିଲେ। ତେବେ ତିନି ଜଣ ଅଭିଯୁକ୍ତଙ୍କ କୋର୍ଟ ଚାଲାଣ କରାଯାଇଥିବା ବେଳେ ରାମଚନ୍ଦ୍ରଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ ବୋଲି କହିଛନ୍ତି ଡିଏସପି।

   Related Posts