Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଟିକାକରଣ ସତ୍ତ୍ୱେ ବ୍ରିଟେନରେ କରୋନାର ତୃତୀୟ ଲହର ଆଶଙ୍କା, ଭାରତ ପାଇଁ ଚିନ୍ତାର ବିଷୟ

29/05/2021 at 11:22 AM

ନୂଆଦିଲ୍ଲୀ ୨୯/୫ : ବ୍ରିଟେନରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । କ୍ରମାଗତ ଭାବରେ ନୂତନ ମାମଲାଗୁଡ଼ିକରେ ବୃଦ୍ଧି ଘଟୁଛି । ଏହି ବୃଦ୍ଧି B.1.617.2 ପ୍ରକାର ଯୋଗୁଁ ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନୂତନ ପ୍ରକାର ଭାରିଆଣ୍ଟ ବ୍ରିଟେନରେ ତୃତୀୟ ଲହରରେ ବିପଦ ସୃଷ୍ଟି କରିପାରେ । ଏକ ଭୟାନକ କଥା ହେଉଛି ଟିକା ନେବା ପରେ ବି ଏମାନଙ୍କ ପ୍ରତି ୩ୟ ଲହର ବିପଦ ଆଶଙ୍କା ସୃଷ୍ଟି ହୋଇଛି ।

ୟୁକେରେ ଏପର୍ଯ୍ୟନ୍ତ ୩.୮ କୋଟି ଲୋକ ଭାକସିନର ପ୍ରଥମ ଡୋଜ୍ ନେଇସାରିଛନ୍ତି । ଯାହାକି ଯୁବ ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ମୋଟ ଜନସଂଖ୍ୟାର ୫୮ ପ୍ରତିଶତ । ଏଥିସହ, ୨୪ ନିୟୁତ ଲୋକ ଅଛନ୍ତି ଯେଉଁମାନେ ଉଭୟ ଡୋଜ ନେଇଛନ୍ତି । ଏପରି ପରିସ୍ଥିତିରେ ଦୁଇଟି ପ୍ରଶ୍ନ ଉଠୁଛି କି ଏପରି ଭାକସିନେସନ ପରେ ବି କୋଭିଡ ୩ୟ ଲହର ଶିକାର ହେବେ । ଏପଟେ ବ୍ରିଟେନରେ ତୃତୀୟ ଲହର ଆଶଙ୍କା ନେଇ ଭାରତରେ ବି ବଢିଲାଣି ଚିନ୍ତା । ପୂର୍ବରୁ କୁହାଯାଇଥିଲା କି ତୃତୀୟ ଲହର ସମୟରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏସବୁ ଦେଖି ଭାରତର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତାରେ ପଡିଯାଇଛନ୍ତି ।

   Related Posts