ଟଙ୍କା ଲୋଭ ପାଇଁ ୩ ନାତିନାତୁଣିଙ୍କ ସହ ଝିଅକୁ ମାରିଛି ବାପା
15/05/2018 at 11:43 PM

ଗତ 10ତାରିଖଦିନ କୁଜଙ୍ଗ ଶନି ମନ୍ଦିର ନିକଟ ମହାନଦୀ ପଠାରୁ ଜଣେ ମହିଳା ସହ 2ଜଣ ଝିଅ ଓ ଗୋଟିଏ ପୁତ୍ରର ମୃତଦେହ ମିଳିବା ଘଟଣା ସାରା ଅଞ୍ଚ ଳରେ ଏକ ଶୋକାକୁଳ ପରିବେଷ ଶୃଷ୍ଟି କରିବା ସହ ଆଚଂମ୍ବିତ କରିଥିଲା । ତବେ ଏହି ଘଟଣାରେ କୁଜଙ୍ଗ ପୋଲିସ ଦିର୍ଘ ୪ ଦିନଧରି ତଦ’ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ମୃତ ମହିଳା ମାମିନୀ ସେଠୀଙ୍କ ବାପା ଅକ୍ଷୟ ସେଠୀଙ୍କୁ ଥାନାରେ ରଖି ପଚରାଉଚରା ଜାରିରଖିଥିଲା । ତବେ 1ମାସ ପୁର୍ବରୁ ମୃତ ମହିଳାର ସ୍ବାମୀ ନ୍ନ୍ ସେଠୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବାବଳେ କ୍ଷତି ପୁରଣ ବାବଦ କମ୍ପନୀ ପକ୍ଷରୁ ଅର୍ଥ ମିଳିଥିବା ଓ ଏହି ଅର୍ଥପାଇଁ ଏଭଳି ଘଟଣା ଘଟିଥିବବୋଲି ସନ୍ଧେହ ହେଉଥିବାବଳେ ଶେଷରେ ପୋଲିସ ମୁଖ୍ୟ ଆସାମୀକୁ ଧରିବାରେ ସଫଲ ହୋଇପାରିଛି ।
Related Posts
ଇମାମି ପେପର୍ କମ୍ପାନୀରେ ବ୍ୟାପିଲା କରୋନା, ଥରକେ ୧୦୧ ପଜିଟିଭ୍
12 April 2021