Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଜୟପୁର ବିଲ୍ଟ କର୍ମଚାରୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ

19/07/2018 at 10:37 PM

ଜୟପୁର ବିଲ୍ଟ କର୍ମଚାରୀଙ୍କ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି। ୭ ଦଫା ଦାବୀ ନେଇ କର୍ମଚାରୀମାନେ ୫୫ ଦିନ ଧାରଣାରେ ଦେବା ପରେ ୧୦ ଦିନ ହେଲା ଆମରଣ ଅନଶନରେ ବସିଥିଲେ। କଂପାନୀ ଓ କର୍ମଚାରୀଙ୍କ ସହ ପ୍ରଶାସନ ଗତ କାଲି ଆଲୋଚନା କରିଥିଲେବି ଉଭୟ ପକ୍ଷ ନିଜ ଜିଦରେ ଅଟଳ ରହିବାରୁ ଆଲୋଚନା ବିଫଳ ହୋଇଥିଲା। ତେବେ ଆଜି ପୂର୍ବତନ ମନ୍ତ୍ରୀ ରବି ନନ୍ଦ କଂପାନୀ ଓ କର୍ମଚାରୀଙ୍କ ମଧ୍ୟରେ ମଧ୍ୟସ୍ଥତା କରିଥିବା ବେଳେ ଦାବୀ ପୂରଣ କରିବାକୁ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ପରେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲା। ନିଷ୍ପତ୍ତି ମୁତାବକ ଆସନ୍ତା କାଲି କର୍ମଚାରୀଙ୍କ ଏକ ପ୍ରତିନିଧି ମଣ୍ଡଳ ରବି ନନ୍ଦଙ୍କ ନେତୃତ୍ବରେ ଭୁବନେଶ୍ବରରେ ପହଁଚି କଂପାନୀ କତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବେ। ତେବେ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିଲେବି ଦାବୀ ପୂରଣ ହେବା ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ କଳା ବ୍ୟାଜ ପିନ୍ଧି ଆସନ୍ତା କାଲିଠାରୁ ନିଜ କାମରେ ଯୋଗ ଦେଇ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

   Related Posts