ଜୟପୁରରେ ଆଦିବାସୀଙ୍କ ବିରିପାଣି ଯାତ୍ରା
26/06/2018 at 10:18 PM

ଶେଷ ହୋଇଛି ଆଦିବାସୀଙ୍କ ବିରିପାଣି ଯାତ୍ରା। ପ୍ରତି ବର୍ଷ ଭଳି ଏହି ବର୍ଷ ବି ଏହାକୁ ଧୁମଧାମରେ ପାଳନ କରିଥିଲେ ଜୟପୁର ଗଡପଦର ଗ୍ରାମବାସୀ। ପ୍ରତି ବର୍ଷ କେତେ ପରିମାଣର ବର୍ଷା ହେବ ତାହା ଜାଣିବା ପାଇଁ କେଉଁ ଆଦିମ କାଳରୁ ସ୍ଥାନୀୟ ଆଦିବାସୀ ମାନେ ଏହି ଯାତ୍ରା ପାଳନ କରି ଆସୁଛନ୍ତି। ଏହି ଯାତ୍ରା ୩ ଦିନ ଧରି ଚାଲିଥିବା ବେଳେ ଆଖପାଖ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ।