Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ବ୍ରହ୍ମପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ୍ ଗୁଟ୍‌ଖା କାରଖାନା ଉପରେ ଚଢାଉ, ବ୍ୟାପକ ଗୁଟ୍‌ଖା ସାମଗ୍ରୀ ଜବତ

10/07/2018 at 10:46 PM

ପୁଣି ଥରେ ନକଲି କାରବାର ଉପରେ ନଜର ପକାଇଲେ ଜିଲ୍ଲା ପ୍ରଶାସନ। ଗତକାଲି ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଦର ଥାନା ଅଞ୍ଚଳ ବୁଛିଘରା ଛକରେ ଥିବା ଏକ ବେଆଇନ୍ ଗୁଟ୍‌ଖା ପ୍ରସ୍ତୁତକାରୀ କଂପାନୀ ଉପରେ ଚଢାଉ କରି ବ୍ୟାପକ ଗୁଟ୍‌ଖା ସାମଗ୍ରୀ ଜବତ କରିଥିବା ଜଣାପଡିଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢାଉ କରି ଗୁଟ୍‌ଖା ସାମଗ୍ରୀ କରିଛନ୍ତି। ଗୁଟ୍‌ଖା ପରେ ତେଲ ପ୍ରସ୍ତୁତକାରୀ ଏକ କଂପାନୀ ଉପରେ ମଧ୍ୟ ଚଢାଉ କରିଥିଲେ। ତେଲ ଅସଲି କି ନକଲି, ଖାଦ୍ୟ ଉପୟୋଗୀ କି ନାହିଁ ସେ ନେଇ ତେଲର ନମୁନା ସଂଗ୍ରହ କରି ଯାଞ୍ଚ ପଠାଇଥିବା ଉପଜିଲ୍ଲାପାଳ କହିଛନ୍ତି। ବେଆଇନ୍ ଗୁଟ୍‌ଖା, ତେଲ ପ୍ରମୁଖ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଖବର ପାଇବା ପରେ ଚଢାଉ କରାଯାଇଥିଲା ବୋଲି କହିଛନ୍ତି ଉପଜିଲ୍ଲାପାଳ। କୌଣସି ଅନିୟମିତତା ଜଣାପଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ତେବେ କଂପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କୌଣସି କିଛି ଜାଣିନଥିବା କହିଛନ୍ତି।

   Related Posts