ଜାତୀୟ ନାଗରିକ ତାଲିକା, NRC ରିପୋର୍ଟକୁ ନେଇ ସଂସଦରେ ହଙ୍ଗାମା
31/07/2018 at 10:11 PM

ଜାତୀୟ ନାଗରିକ ତାଲିକା, NRC ରିପୋର୍ଟକୁ ନେଇ ସଂସଦରେ ହଙ୍ଗାମା । ପାର୍ଲାମେଣ୍ଟରୁ ପାର୍ଟି ଅଫିସ ସବୁଠି ଜୋର ଧରିଛି ରାଜନୀତି । ଶରଣାର୍ଥୀଙ୍କ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କଂଗ୍ରେସକୁ ଆହ୍ବାନ ଦେଇଛନ୍ତି ଅମିତ ଶାହା । ସେପଟେ ଆସାମ ଭଳି ଓଡ଼ିଶାରେ ମଧ୍ୟ NRC ରିପୋର୍ଟ ଦେବାକୁ ଦାବି ହୋଇଛି । ଆମ ରାଜ୍ୟରେ ପାଖା ପାଖି ୪୦ ଲକ୍ଷ ଶରଣାର୍ଥୀ ଥିବାରୁ ଏଭଳି ଦାବି ଉଠିଛି । ସେପଟେ ବିଜେଡି କିନ୍ତୁ କହୁଛି, ସରକାର ନଜର ରଖିଛନ୍ତି ।