Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜହ୍ନରୁ ଆସିବ ମାଟି: ଚନ୍ଦ୍ରରୁ ଶୀଳା ଆଣିବାକୁ ମାନବବିହୀନ ମହାକାଶ ଯାନ ପଠାଇଲା ଚୀନ, ଗବେଷଣାକୁ ମିଳିବ ତଥ୍ୟ

24/11/2020 at 7:55 PM

ନୂଆଦିଲ୍ଲୀ ୨୪/୧୧ : ଚନ୍ଦ୍ରକୁ ପ୍ରଥମ ମାନବବିହୀନ ମହାକାଶଯାନ ପ୍ରେରଣ କରିଛି ଚାଇନା । ଚନ୍ଦ୍ରରୁ ପୃଥିବୀକୁ ଲୁନର ରକର ସାମ୍ପୁଲ ଆଣିବାକୁ ଏହି ମହାକାଶଯାନ ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ଚାଇନା ପ୍ରଥମ ଦେଶ ଭାବେ ଏହା କରିପାରିଛି । ଚାଙ୍ଗ -୫ ଅନୁସନ୍ଧାନ ନେଇ ଏକ ଲଙ୍ଗ୍ ମାର୍ଚ୍ଚ ୫ ରକେଟ୍ ଉତକ୍ଷେପଣ କରାଯାଇଛି । ଦକ୍ଷିଣ ଦ୍ୱୀପପୁଞ୍ଜ ହେଇନାନର ୱେଞ୍ଚାଙ୍ଗ ସ୍ପେସ୍ ସେଣ୍ଟରରୁ ଏହା ସକାଳ ୪.୩୦ରେ ଉତକ୍ଷେପଣ କରାଯାଇଛି ।

ଏହି ମିଶନର ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରୁ ଲୁନର ରକ ସଂଗ୍ରହ କରିବା ସହିତ ମାଟି ଆଣିବା । ଯାହା ଫଳରେ କି ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠ ବାବଦରେ ଅଧିକ ଅଧ୍ୟୟନ କରିବା ସହିତ ଚନ୍ଦ୍ରର ଉତ୍ପତ୍ତି, ଗଠନ ଏବଂ ଆଗ୍ନେୟଗିରି କାର୍ଯ୍ୟକଳାପ ବିଷୟରେ ଜାଣିପାରିବେ । ଏହି ମିଶନ ୨୦୧୭ରେ ହେବା ପାଇଁ ଯୋଜନା କରାଯାଇଥିଲା କିନ୍ତୁ ଲଙ୍ଗ ମାର୍ଚ୍ଚ-୫ ରକେଟରେ ଇଞ୍ଜିନ ବିଫଳତା ହେତୁ ବିଳମ୍ବ ହୋଇଥିଲା | ନଭେମ୍ବର ଶେଷରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏବଂ ଗୋଟିଏ ଚନ୍ଦ୍ର ଦିନ(ପୃଥିବୀର 14 ଦିନ ସହିତ ସମାନ )ରେ ସେଠାରୁ ସାମଗ୍ରୀ ସଂଗ୍ରହ କରିବ ବୋଲି କହାଯାଇଛି ।

ଏହାପୂର୍ବରୁ ୧୯୬୦ ଏବଂ ୧୯୭୦ ଦଶକରେ କେବଳ ଆମେରିକା ଏବଂ ସୋଭିଏତ୍ ୟୁନିଅନ୍ ଏହିପରି ଚନ୍ଦ୍ର ପଥର ଆଣିବାରେ ସକ୍ଷମ ହୋଇଥିଲେ। ତେଣୁ, ଯଦି ଚୀନ୍ ଏହାର ମିଶନରେ ସଫଳ ହୁଏ ତେବେ ଏହା ତୃତୀୟ ଦେଶ ହେବ ଏବଂ ପ୍ରାୟ ଚାରି ଦଶନ୍ଧି ମଧ୍ୟରେ ଚନ୍ଦ୍ର ପଥର ନମୁନା ଫେରାଇ ଆଣିବ |

   Related Posts