Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଜଳବନ୍ଦୀ ପରେ ଫୁଲ ଆକ୍ସନରେ ବି ଏମ ସି

6/08/2018 at 6:48 PM

ଆକ୍ସନ ମୋଡରେ BMC । ପ୍ରବଳ ବର୍ଷାରେ ଭୁବନେଶ୍ବରର ଅନେକ ଅଞ୍ଚଳ ଜଳବନ୍ଦୀ ହେବା ପରେ ଏବେ BMC ଡ୍ରେନ ଜବର ଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରିଛି । ଡ୍ରେନ ଉପରୁ ବେଆଇନ ନିର୍ଣାଣ ହଟାଉଛି । ତେବେ ଏହାକୁ ନେଇ ତ୍ରୀବ୍ର ପ୍ରତିକ୍ରିୟା ବି ହୋଇଛି । ବିନା ନୋଟିସରେ BMC ଉଚ୍ଛେଦ କରୁଥିବା ଅଭିଯୋଗ କରିଛନ୍ତି ଲୋକେ। ଜଳବନ୍ଦୀ ପରେ ଚେତା ପଶିଲା । ପ୍ରମୂଖ ଡ୍ରେନ୍ ଉପରୁ ଜବର ଦଖଲକାରୀଙ୍କୁ ହଟାଇବାରୁ ଅଣ୍ଟା ଭିଡିଛି ବିଏମସି ।ସମସ୍ୟା ସୁଷ୍ଟି କରୁଥିବା ଜବରଦଖଲକାରୀଙ୍କୁ ବି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ବାଣୀବିହାର, ସାଲିଆସାହି, ଶସ୍ତ୍ରୀନଗର, ବେହେରା ସାହି ଭଳି ବିଭିନ୍ନ ଓ୍ବାର୍ଡରେ ଚାଲିଛି ଏଭିକ୍ସନ । ଭୁବନେଶ୍ବରରେ ଜବରଦଖଲକାରୀ ୧୦ ଟି ବଡ ଡ୍ରେନ ଉପରେ କରିଥିବା ବେଆଇନ ନିର୍ମାଣ ହଟାଇବାକୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ବିଏମସି । କିନ୍ତୁ ପ୍ରତିବାଦ କରିଛନ୍ତି ଲୋକେ, ବିନା ନୋଟିସରେ ଉଚ୍ଛେଦ କରାଯାଉଥିବା ବସ୍ତିବାସନ୍ଦା ଅଭିଯୋଗ ବାଢିଛନ୍ତି । ଅନ୍ୟପଟେ ରାଜଧାନୀକୁ ଜବଦଖଲମୁକ୍ତ କରିବା ବିଏମସି ଏଭଳି ନିଷ୍ବତ୍ତି ନେଇଥିବା ମେୟର କହିଛନ୍ତି। ରାଜଧାନୀର ଅଧିକାଂଶ ଡ୍ରେନ ଏବେ ଜବରଦଖଲରେ। ବର୍ଷା ହେଲାମାନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ ଜାମ୍ ହୋଇ ଲୋକଙ୍କ ଘରେ ପାଣି ପସୁଛି। ଏହାକୁ ନଜରରେ ରଖି ଜବରଦଖଲ ଉଛେଦ କରାଯାଉଛି । ତେବେ ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଉଥିବା ବିଏମସି ମେୟର କହିଛନ୍ତି।

   Related Posts