Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ଋଣ ! ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡକୁ ମଞ୍ଜୁରୀ ଦେଲେ ଦିଦିଙ୍କ ସରକାର

25/06/2021 at 2:54 PM

କୋଲକାତା, ୨୫/୦୬: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ଶାସନ ଗାଦିକୁ କବ୍‌ଜା କରିଥିବା ମମତା ବାନାର୍ଜୀ ଜନତାଙ୍କୁ କରିଥିବା ପ୍ରତିଜ୍ଞା ପୂରଣ କରିବା ଆରମ୍ଭ କରିଛନ୍ତି । କରୋନା ସମୟରେ ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳର ବସିଥିବା ବୈଠକରେ ଷ୍ଟୁଡେଣ୍ଟ କ୍ରେଡିଟ୍‌ କାର୍ଡ ସ୍କିମ୍‌କୁ ମଞ୍ଜୁରୀ ଦିଆଯାଇଛି । ଏହି ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ତୃଣମୂଳ କଂଗ୍ରେସ୍‌ ନିର୍ବାଚନୀ ଘୋଷଣା ପତ୍ରରେ ଏହି ସୁବିଧା ପ୍ରଦାନ କରିବା ନେଇ ଘୋଷଣା କରିଥିଲା ।

ଏହି ଯୋଜନା ୩୦ ଜୁନ୍‌ରେ ଲଞ୍ଚ କରିଯିବ ବୋଲି ମମତା ଗଣମାଧ୍ୟମକୁ କହିଛନ୍ତି । ଏହାର ନାମ ଷ୍ଟୁଡେଣ୍ଟ କ୍ରେଡିଟ୍‌ କରଜ ଯୋଜନା ରଖାଯାଇଛି । ଏଥି ସହିତ ସେ କହିଛନ୍ତି ଯେ, ଦଶମ ଶ୍ରେଣୀ ବା ଏହାର ଉପର ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ । ଉଚ୍ଚ ଶିକ୍ଷା ନିମନ୍ତେ ଏହି ଯୋଜନା ମାଧ୍ୟମରେ କମ୍‌ ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଲୋନ୍‌ ନେଇପାରିବେ । ସୂଚନା ଅନୁସାରେ ଭାରତ କିମ୍ୱା ବିଦେଶରେ ଗ୍ରାଜୁଏସନ୍‌ ପଢୁ଼ଥିବା, ପୋଷ୍ଟ ଗ୍ରାଜୁଏସନ୍‌, ଡକ୍ଟରେଟ୍‌ ବା ପୋଷ୍ଟ ଡକ୍ଟରେଟ୍ ପାଠ ପାଇଁ ଲୋନ୍‌ ମିଳିପାରିବ ।

ଏହି ଯୋଜନାରେ ଜଣେ ଛାତ୍ର ୪୦ ବର୍ଷ ପର୍ଯ୍ୟନ୍ତ ଲାଭ ଉଠାଇ ପାରିବ । ଚାକିରୀ କରିବା ପରେ ଲୋନ୍‌ ନେଇଥିବା ଛାତ୍ରଙ୍କୁ ୧୫ ବର୍ଷ ସମୟ ଦିଆଯିବ । ଯେଉଁ ସମୟ ଭିତରେ ସେ କରଜ ସୁଝିବେ । ଲୋନ୍‌ ମିଳିବା ପକ୍ରିୟା ଏଥିରେ ସହଜ କରାଯାଇଛି । ଛାତ୍ରଛାତ୍ରୀମାନେ ଚାହିଁଲେ ଏହାକୁ ଅନ୍‌ଲାଇନ୍‌ ମଧ୍ୟ ନେଇ ପାରିବେ ।  

   Related Posts