Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଛତିଶଗଡରୁ ଚୋରି ଟ୍ରାକ୍ଟର ବିନିକାରୁ ଉଦ୍ଧାର : ୩ ଅଭିଯୁକ୍ତ ଗିରଫ, ୨ ଫେରାର

23/06/2021 at 5:38 PM

ବିନିକା ୨୩।୬: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ କୌଡିଆମୁଣ୍ଡା କେନାଲ ଛକ ନିକଟରୁ ଚୋରି ଟ୍ରାକ୍ଟର ଜବତ କରିଛି ବିନିକା ପୋଲିସ । ଛତିଶଗଡ ବଲଦାବହାର ଜିଲ୍ଲା ଚାନାଦେଉରୀ ଥାନା ଗୋଲାଝର ଗ୍ରାମରୁ ଗତ ୨ଦିନ ତଳେ ଚୋରି ହୋଇଥିସା ଟ୍ରାକ୍ଟର । ଏହି ଘଟଣାରେ ୩ ଜଣ ଯୁବକକୁ ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ବିଳମ୍ବିତ ରାତିରେ ଛତିଶଗଡ ଚାନାଦେଉରୀ ଥାନା ଅନ୍ତର୍ଗତ ଗୋଲାଝର ଗ୍ରାମର ରୁକ୍ମଣ କୁମାର ପଟେଲ ତାଙ୍କ ଘର ସମ୍ମୁଖରେ ଟ୍ରାକ୍ଟର ରଖିଥିଲେ । ଛତିଶଗଡ ଅଞ୍ଚଳର ୫ ଜଣ ଦୁର୍ବୃତ୍ତ ଏହି ଟ୍ରାକ୍ଟରଟିକୁ ଚୋରି କରିନେଇଥିଲେ । ଏହାପରେ ସେମାନେ ଉକ୍ତ ଟ୍ରାକ୍ଟରକୁ ବିକ୍ରି କରିବା ଉଦ୍ଦେଶ୍ୟରେ ରାତି ଅଧିଆ ଆଣିଥିଲେ । ଛତିଶଗଡ଼ରୁ ଓଡିଶା ଆଣୁଥିବା ରାସ୍ତାରେ ପାଟ୍ରୋଲିଂରେ ବେଳେ ବିନିକା ପୋଲିସ ଟ୍ରାକ୍ଟର ସହ ୫ ଜଣ ଯୁବକଙ୍କୁ ଅଟକାଇଥିଲା ।  ସେମାନଙ୍କ ମଧ୍ୟରୁ ୨ ଜଣ ଫେରାର ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଯୁବକଙ୍କ ସହ ୨ଟି ବାଇକ୍ ଜବତ ହୋଇଛି । ଧରାପଡିଥିବା ୩ ଯୁବକଙ୍କୁ ବିନିକା ଥାନାକୁ ଆଣି ପଚରାଉଚରା କରିବା ପରେ ଟ୍ରାକ୍ଟର ଚୋରି କରି ନେଉଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଟ୍ରାକ୍ଟର ଓ ଚୋରଙ୍କ ସନ୍ଧାନ ପାଇବା ନିମନ୍ତେ ଛତିଶଗଡ ପୋଲିସକୁ ଯୋଗାଯୋଗ କରିଥିଲା ବିନିକା ପୋଲିସ । ଟ୍ରାକ୍ଟରଟିକୁ ଦୁର୍ବୃତ୍ତ ଚୋରି କରି ନେଉଥିବା ବିନିକା ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ଚାନାଦେଉରୀ ଥାନାର ଏସଆଇ ତାଙ୍କ ଟିମ୍ ସହ ବିନିକା ଥାନାରେ ପହଞ୍ଚି ଟ୍ରାକ୍ଟର, ଚୋର ଓ ଜବତ ହୋଇଥିବା ୨ଟି ବାଇକ୍ ଏବଂ ୪ଟି ମୋବାଇଲ ଫୋନ୍ ଜବତ କରିଥିଲେ । ଏହାସହ ଚାନାଦେଉରୀ ଥାନା କେସ୍ ନଂ.୪୧/୨୦୨୧ ଅନୁସାରେ ମାମଲା ରୁଜୁ କରିଥିଲେ । ଏହାପରେ ଗିରଫ ଅଭିଯୁକ୍ତ ଦିଲ୍ଲୀପ କୁମାର ସାହୁ (୨୩), ବିବେକ କୁମାର କାନୁନଗୋ (୨୪) ଓ ସନ୍ତୋଷ ଷାଣ୍ଡେ (୨୫)ଙ୍କୁ ଛତିଶଗଡ ପୋଲିସକୁ ହସ୍ତାନ୍ତର କରାଯାଇଥିବା ବିନିକା ଥାନା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ସୂଚନା ଦେଇଛନ୍ତି ।

   Related Posts