Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚୋର ବଦଳରେ ସାଧୁଙ୍କୁ ଉଠାଇ ଆଣିଲେ ପୋଲିସ ଏଏସ୍ଆଇ, ଅଶ୍ଳୀଳ ଭାଷାରେ ଗାଳିଗୁଳଜ ବି କଲେ, ଏବେ ବାବୁଙ୍କ ନାଁରେ ଏଫଆଇଆର

18/06/2021 at 7:59 PM

ଆଠଗଡ, ୧୮/୦୬: ଅସଲ ଚୋର ବଦଳରେ ସାଧୁଙ୍କୁ ଉଠାଇ ଆଣିଲେ ପୋଲିସ ଏଏସ୍ଆଇ, ଅଶ୍ଳୀଳ ଭାଷାରେ ଗାଳିଗୁଳଜ ମଧ୍ୟ୍ୟ କଲେ । ଏପରି ଏକ ଘଟଣା କଟକ ଜିଲ୍ଲା ନରସିଂହପୁର ଥାନାରେ ଘଟିଛି l ଯୋଡୁମୁଁ ଫାଣ୍ଡି ଅନ୍ତର୍ଗତ ସାନଗାଁ ରାସ୍ତାର ଆମ୍ବ ବଗିଚା ନିକଟରେ ଜଣେ କାନାରା ବ୍ୟାଙ୍କ ଗ୍ରାହକ ସେବା କର୍ମଚାରୀଙ୍କ ଠାରୁ ଦୁର୍ବୁତ୍ତ ଫାଙ୍କା ଗୁଳି ଚାଳନା କରି ୬୨ ହଜାର ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଥିଲା।

ଏହି ରାସ୍ତା ଦେଇ ଜଣେ ଯୁବକ ଦ୍ରୁତ ଗତିରେ ବାଇକରେ ଆସିବା ସହ ତାଙ୍କ କାର୍ଯ୍ୟ କଳାପ ସନ୍ଦେହ ଜନକ ଥିବାରୁ ଲୋକମାନେ ସନ୍ଦେହରେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ନରସିଂହପୁର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ନରସିଂହପୁର ଥାନାରେ କାର୍ଯ୍ୟରତ ଏଏସ୍ଆଇ ପବିତ୍ର ପଟ୍ଟନାୟକଙ୍କ ସମେତ ପୋଲିସ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇଥିଲେ l ସମ୍ପୃକ୍ତ ଯୁବକକୁ ଥାନାକୁ ଆଣିବା ସହ ଜଣେ ସାଧୁଙ୍କୁ ପୋଲିସ ବାବୁ ଥାନାକୁ ଆଣି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଳଜ କରିବା ସହ ଭାଗବତ ପାଠ ପଢାଇଥିଲେ l

ନରସିଂହପୁର ବ୍ଲକ ଅନ୍ତର୍ଗତ ସରଧାପୁର ସୀତାରାମପୁର ଠାରେ ଆଶ୍ରମ କରି ରହିଥିବା ନିମା ବାବାଙ୍କ ଶିଷ୍ୟ ଗୋବିନ୍ଦ ଚରଣ ଦାସଙ୍କ କହିବା ଅନୁଯାୟୀ ରାତ୍ର ସମୟରେ ଜଣେ ଅଜଣା ବ୍ୟକ୍ତି ଆସି ଆଶ୍ରମ ନିକଟରେ ଗାଡି ପକାଇ ଦେଇ ପଳାଇଥିଲେ। କିଛି ସମୟ ପରେ ଚାରି ପାଞ୍ଚ ଜଣ ଯୁବକ ଆସି ସେହି ବାଇକଟିକୁ ନେଇ ଯାଇଥିଲେ। ପରେ ନରସିଂହପୁର ଥାନାର ଏଏସ୍ଆଇ ପବିତ୍ର ପଟ୍ଟନାୟକ ଆସିଥିଲେ l ସେ ଅତ୍ୟଧିକ ମଦ୍ୟପାନ କରି ଭାଗବତ କଣ ଜାଣିଛୁ, ତୋ କପଡା ଖୋଲି ବାଡେଇବି ଆଦି ବହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ l ଏହାର ଏକ ଭିଡ଼ିଓ ମଧ୍ୟ ଭାଇରାଲ୍ ହୋଇଥିଲା l

ଏନେଇ ପୋଲିସ ଏଏସ୍ଆଇ ପବିତ୍ର ପଟ୍ଟନାୟକଙ୍କ ନାମରେ ନରସିଂହପୁର ଥାନା ଅଧିକାରୀ ଅଲେଖ ଗରଡ଼ିଆଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଥାନା ଅଧିକାରୀ କହିଛନ୍ତି ।

   Related Posts