Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଚେନ୍ନାଇର ମରିନା ବିଚ୍ ରେ ଡି.ଏମ୍.କେ ସୁପ୍ରିମୋ ଏମ୍.କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

8/08/2018 at 6:00 PM

ଚେନ୍ନାଇର ମରିନା ବିଚ୍ ରେ ଡି.ଏମ୍.କେ ସୁପ୍ରିମୋ ଏମ୍.କରୁଣାନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ରାଜନୈତୀକ ଗୁରୁ ଆନ୍ନାଦୁରାଇଙ୍କ ସମାଧି ନିକଟରେ ହେବ କରୁଣାନିଧିଙ୍କ ସମାଧୀ । ମାଡ୍ରାସ୍ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କରୁଣାନିଧୀଙ୍କ ସମାଧି ନେଇ ଚାଲିଥିବା ବିବାଦ ତୁଟିଛି । ଗତ କାଲି ରାତିରୁ ଜାରି ମାରାଥନ ଶୁଣାଣି ପରେ ମାଡ୍ରାସ୍ ହାଇକୋର୍ଟ ମରିନା ବିଚ୍ ରେ ମହାନ ଦ୍ରାବିଡ ନେତାଙ୍କ ଶେଷ କୃତ୍ୟ ଲାଗି ଅନୁମତି ଦେଇଛନ୍ତି । କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତି ଜଷ୍ଟିସ କେ. ରମେଶ ଏବଂ ଜଷ୍ଟିସ ଏସ୍.ଏସ୍. ସୁନ୍ଦରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜରୁରି ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି । ରାୟ ଶୁଣିବା ପରେ କାନ୍ଦି ପକାଇଥିଲେ ଏମ. କରୁଣାନିଧିଙ୍କ ପୁଅ ତଥା ରାଜନୈତୀକ ଉତ୍ତରାଧିକାରୀ ଏମ.କେ. ଷ୍ଟାଲିନ୍ । ତଥାପି, ମାମଲା ଶୁଣାଣି ପରେ ତାମିଲନାଡୁ ସରକାରଙ୍କ ଓକିଲ ତୁରନ୍ତରାୟର ଲିଖିତ ନକଲ ମାଗିବା ପରେ ରାଜ୍ୟସରକାର ଏହି ମାମଲାରେ ସୁପ୍ରିମ୍ କୋର୍ଟ ଯିବା ଆଶାଙ୍କା କରାଯାଉଛି । ଏପଟେ ଏବେ ରାଜାଜୀ ହଲ୍ ରେ ରଖାଯାଇଥିବା କରୁଣାନିଧିଙ୍କ ମର ଶରୀରର ଦର୍ଶନ ଲାଗି ଲାଗିଛି ଭିଡ । ତାମିଲନାଡୁର ୫ ଥର ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଶେଷ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ବହୁ କେନ୍ଦ୍ର ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସାରା ଦେଶର ବହୁ ରାଜନେତା ଚେନ୍ନାରେ ପହଞ୍ଚିଛନ୍ତି ବା ଆସୁଛନ୍ତି । ଗତକାଲି ଚେନ୍ନାଇର କାବେରୀ ହସପିଟାଲରେ ୯୪ ବର୍ଷୀୟ କରୁଣାନିଧିଙ୍କ ପରଲୋକ ଘଟିଥିଲା । ଦିବଙ୍ଗତ ଦ୍ରାବିଡ ନେତାଙ୍କୁ ସମ୍ମାନ ଜଣାଇ ଦିନିକିଆ ରାଷ୍ଟ୍ରିୟ ଶୋକ ପାଳିତ ହେଉଛି । ତାମିଲନାଡୁରେ ୭ ଦିନ ଶୋକ ପାଳନ କରାଯାଉଛି ।

ଡିଏମକେ ନେତା ଏମ. କରୁଣାନିଧିଙ୍କ ବିୟୋଗ ପରେ ସାରା ତାମିଲନାଡୁରେ ଶୋକର ଛାୟା । କରୁଣାନିଧିଙ୍କ ମରଶରୀର ଥିବା ରାଜାଜୀ ହଲ୍ ନିକଟରେ ପ୍ରବଳ ଭିଡ ହୋଇଛି । ପାଖାପାଖି ୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି । ଲୋକ ଗହଳି ଯୋଗୁଁ ଦଳା ଚକଟା ହୋଇଛି । ଦଳାଚକଟାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩୦ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ପୋଲିସ ସହ ଧସ୍ତାଧସ୍ତିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । କିଛି ଛୋଟ ପିଲା ଭିଡରେ ହଜି ଯାଇଛନ୍ତି । ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ଏମ୍ କେ ଷ୍ଟାଲିନ୍ । ଗତକାଲି କାବେରୀ ହସପିଟାଲ ପାଖରେ ଭୀଡ ନିୟନ୍ତ୍ରଣ ଲାଗି ମୃଦୁ ଲାଠି ଚାଳନା କରିଥିବା ପୋଲିସ ଆଜି ରାଜାଜୀ ହଲ୍ ନିକଟରେ ଭିଡ ନିୟନ୍ତ୍ରଣ କରିବାକୁ ନୟାନ୍ତ ହୋଇଛି ।

   Related Posts