ଚୀନ ବିଶ୍ବବିଦ୍ୟାଳୟ ରଦ୍ଦ କଲା ଅମୀର ଖାନଙ୍କ କାର୍ଯ୍ୟକ୍ରମ
22/12/2018 at 4:40 PM

ବେଜିଙ୍ଗ୍ ୨୨/୧୨: ଚୀନର ଏକ ବିଶ୍ବବିଦ୍ୟାଳୟ ନିଜ କ୍ୟାମ୍ପସରେ ହେଉଥିବା ବଲିଉଡ ଅଭିନେତା ଆମୀର ଖାନଙ୍କ ଏକ କାର୍ଯ୍ୟକ୍ରମକୁ ରଦ୍ଦ କରିଦେଇଛନ୍ତି। ଆୟୋଜକ ଏଥି ପାଇଁ ପୂର୍ବରୁ କୈାଣସି ଅନୁମତି ନେଇନଥିଲେ।
ଆମୀର ଏବେ ନିଜ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୁସ୍ଥାନ’ର ପ୍ରଚାର କରୁଛନ୍ତି। ତାଙ୍କର ଏହି ଫିଲ୍ମ ଆସନ୍ତା ସପ୍ତାହରେ ଚୀନରେ ରିଲିଜ୍ ହେବ। ଏହି ପ୍ରସଙ୍ଗରେ ପ୍ରଶଂସକମାନଙ୍କୁ ଦେଖା କରିବାକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ଏହି କାର୍ଯ୍ୟକ୍ରମ ସୋମବାର ଗ୍ବାଙ୍ଗଝୁର ଗୁଆଙ୍ଗଦୋଙ୍ଗ ୟୁନିର୍ଭସିଟି ଅଫ୍ ଫାଇନେନ୍ସ ଏଣ୍ଡ ଇକୋନୋମିକ୍ସରେ ହେବାକୁ ଥିଲା।
ଚୀନର ସରକାରୀ ସମ୍ବାଦପତ୍ର ଗ୍ଲୋବାଲ୍ ଟାଇମ୍ସ୍ ବିଶ୍ବବିଦ୍ୟାଳୟର ଏକ କର୍ମଚାରୀଙ୍କ ଜରିଆରେ କହିଥିଲେ ଯେ କାର୍ଯ୍ୟକ୍ରମ ଯେଉଁଦିନ ହେବାର ଥିଲା ବିଶ୍ବବିଦ୍ୟାଳୟରେ ଏହି ବିଷୟରେ କାହାରିକୁ ସୂଚନା ଦିଆଯାଇନଥିଲା। ସୋଶିଆଲ ମିଡିଆ ଜରିଆରେ ଛାତ୍ର ସମୂହକୁ ଏହି ବିଷୟରେ ସୂଚନା ଦିଆଯାଇଥିଲା। ବିଶ୍ବବିଦ୍ୟାଳୟର ଏହି ପଦକ୍ଷେପ ପରେ ପ୍ରଶଂସକଙ୍କ ଭେଟିବା କାର୍ଯ୍ୟକ୍ରମ କ୍ୟାମ୍ପସ୍ ପାଖରେ ଥିବା ଏକ ହୋଟେଲରେ କରାଯାଇଥିଲା।