Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||
  • ମାଲକାନଗିରି : କମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ୍ ସହିଦ, ୯ଯବାନ ଆହତ
  • ||

ଚିଲିକାରେ ଡଙ୍ଗା ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଡଙ୍ଗା ଚାଳକ ମାଲିକ ସଂଘ ଜିଲ୍ଲାପାଳଙ୍କୁ ଭେଟିଲେ

28/06/2018 at 10:37 PM

ଗତ ୧୬ ତାରିଖରେ ଚିଲିକା ଡଙ୍ଗା ବୁଡି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଖୋର୍ଦ୍ଧ। ଜିଲ୍ଲା ପ୍ରଶାସନ ଚିଲିକାରେ ଡଙ୍ଗା ଚଳାଚଳକୁ ବନ୍ଦ କରିଛି। ଫଳରେ ପ୍ରାୟ ୧୫ଶହରୁ ଉର୍ଦ୍ଧ ପରିବାର ଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଚିଲିକାରେ ଡଙ୍ଗା ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ମା କାଳିଯାଇ ମୋଟର ବୋଟ୍ ଆସୋସିଏସନ୍, ଚିଲିକା ମତ୍ସ୍ୟଜିବୀ ସଂଘ ଆଦିର ସଭ୍ୟମାନେ ଗୁହାରି କରିଛନ୍ତି। ଉପଯୁକ୍ତ କାଗଜପତ୍ର ଥିବା ଡଙ୍ଗା ଗୁଡିକୁ ଯାଞ୍ଚ କରାଯାଇ ଫିଟନେସ୍ ପ୍ରମାଣ ପତ୍ର ଥିବା ଡଙ୍ଗା ଗୁଡିକ ଚିଲିକାରେ ଚଳାଚଳ କରିବା ନେଇ ଜିଲ୍ଲାପାଳ କହିଛନ୍ତି । ଏହା ସହିତ ୨୦୦୪ ମୋଟର ବୋଟ୍ ଆଇନ ଅନୁଯାଇ ସମସ୍ତ କାଗଜପତ୍ର ଥିବା ଡଙ୍ଗା ଗୁଡିକୁ ଚିଲିକାରେ ଚଳାଚଳ କରିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

   Related Posts