ଚିକିତ୍ସା ସାରି ଦିଲ୍ଲୀରୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ବାଳ
6/08/2018 at 7:33 PM

ପୂର୍ବ ଅପେକ୍ଷା ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି । ଉନ୍ନତ ମାନର ଚିକିତ୍ସା ପାଇଁ ପ୍ରଭାତ ଦିଲ୍ଲୀ ଯାଇଥିଲେ । ସେଠାରେ ବସନ୍ତ ବିହାରସ୍ଥିତ Indian spinal injuries centerରେ କିଛି ଦିନ ରହି ଚିକିତ୍ସା ହୋଇଥିଲେ । ପରେ ଜୁଲାଇ ୨୯ରେ ସେଠାରୁ ଡିସଚାର୍ଜ ହୋଇ ଓଡିଶା ଭବନରେ ରହିଥିଲେ ପ୍ରଭାତ । ଆଜି ସେ ଦିଲ୍ଲୀରୁ ଫେରିଛନ୍ତି । ସିସୋର ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇ ୨୦୧୭ ସେପ୍ଟେମ୍ବର ୧୯ରେ ଗିରଫ ହୋଇଥିଲେ ପ୍ରଭାତ ବିଶ୍ବାଳ । ଗିରଫ ହେବା ପରେ ଦେହ ଖରାପ ହେବାରୁ ପ୍ରଥମେ ତାଙ୍କୁ ଭୁବନେଶ୍ବର କ୍ୟାପିଟାଲ ହସପିଟାଲ ଓ ପରେ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହାଇକୋର୍ଟରୁ ନିୟମିତ ଜାମିନ ପାଇବା ପରେ ଗତ ଜୁଲାଇ ୭ ତାରିଖରେ ସେ SCBରୁ ଡିସଚାର୍ଜ ହୋଇଥିଲେ । ସେହିଦିନ ହିଁ ସେ ଦିଲ୍ଲୀ ଯାଇଥିଲେ । ତେବେ ସେପ୍ଟେମ୍ବର ୨୪ରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସେ ପୁଣି ଥରେ ଦିଲ୍ଲୀ ଯିବେ ।