Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ଜିହ୍ୱା କର୍କଟ ରୋଗରେ ପିଡ଼ିତ ତ୍ରିନାଥଙ୍କ ସହୟତା ପାଇଁ ସ୍ତ୍ରୀ ଓ ଝିଅର ଆକୁଳ ନିବେଦନ

13/06/2021 at 7:18 PM

ଖଲ୍ଲିକୋଟ, bartam୧୩।୬: ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କଚଂଣା ପଚାଂୟତର ରାଣିପଡା ଗ୍ରାମର ତ୍ରିନାଥ ପ୍ରଧାନ ବୟସ ପାଖାପାଖି ୪୨ । ବର୍ତ୍ତମାନ ଦିର୍ଘ ୫ ବର୍ଷ ହେବେ ସେ ଜିହ୍ୱା କର୍କଟ ରୋଗରେ ଆକ୍ରାନ୍ତ । ନା ସେ ଠିକ ସେ କହି ପାରୁଛନ୍ତି ନା ଠିକ ସେ କିଛି ଖାଇ ପାରୁଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ସେ ଭଲରେ ଚିକିତ୍ସା ମଧ୍ୟ୍ୟ ହୋଇ ପାରୁନାହାନ୍ତି ।

ଘରର ସେ ଏକମାତ୍ର ରୋଜଗାରିଆ ହୋଇ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ବିଧିର ବିଧାନ ସବୁ ବିଗାଡି ଦେଇଛି ତ୍ରିନାଥଙ୍କ କ୍ଷେତ୍ରରେ । ସେ ସୁରତରେ ଯାଇ ସେଠାରେ କାମ କରି ଭଲ ଦି ପଇସା ରୋଜଗାର କରୁଥିଲେ । ସେଠାରେ ତାଙ୍କ ଦେହ ଖରାପ ଯୋଗୁ ନିଜ ଗ୍ରାମକୁ ଫେରିଆସିଥିଲେ । ସେ ପ୍ରଥମେ କଟକରେ ଦେହ ଦେଖାଇଥିଲେ l ପରେ ମେଡିକାଲ ଚିକିତ୍ସା ବେଳେ ତାଙ୍କୁ କର୍କଟ ରୋଗ ହୋଇଥିବା ଜାଣିବାକୁ ପାଇଲେ । ପରେ ସେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଉଛନ୍ତି । ଆର୍ଥିକ ସ୍ଥିତି ଖରାପ ଯୋଗୁ ଠିକରେ ଚିକିତ୍ସା କରିପାରିନଥିବାରୁ ତାଙ୍କ ଜିଭ ଦିନକୁ ଦିନ ବଢିବା ସହ ସେ ବର୍ତମାନ ଠିକରେ କଥା କରିପାରୁନାହାନ୍ତି କି ଖାଇ ପାରୁନାହାନ୍ତି । କେବଳ ସାଗୁ ପାଣି କରି ପିଉଛନ୍ତି ।

ନିଜ ଜମି ବିକ୍ରି କରିବା ସହ ବର୍ତମାନ ଏହି ଚିକିତ୍ସା ପାଇଁ ସେ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି l କିନ୍ତୁ ଭଲ ହେଉନାହାନ୍ତି l ଅନ୍ୟ ପଟେ କିପରି ପରିବାର ଚଳିବ ତାହା ମଧ୍ୟ ତାଙ୍କୁ ଚିନ୍ତା ଘାରିଛି । ଘରେ ରୁନୁ ଓ ଦୁଇ ଝିଅ ଶ୍ରଦ୍ଧା ଯାହାର ବସୟ ୧୮ ଓ ଅନ୍ୟ ଏକ ଝିଅ କୁନି ତାକୁ ମାତ୍ର ୧୩ ଦିନ ହୋଇଛି । ସ୍ତ୍ରୀ ରୁନୁ ନିଜ ସ୍ୱାମୀକୁ ଉତ୍ତମ ଚିକିତ୍ସା ପାଇଁ ବହୁ କରଜ କରିଥିଲେ ସୁଦ୍ଧା ସେ ଭଲ ହେଉନାହାନ୍ତି । ବଡ ଝିଅ ଶ୍ରଦ୍ଧା ୧୮ ବର୍ଷର ଝିଅ ଯିଏ ୧୦ମ ଶ୍ରେଣୀରେ ପାସ ପରେ ଆର୍ଥିକ ସ୍ଥିତି ଖରାପ ପାଇଁ ପାଠ ପଢିବା ଛାଡି ଦେଇ ବାପାଙ୍କ ସେବା କରୁଛନ୍ତି ।

ଗ୍ରାମାବାସୀ କିଛି ସାହାଯ୍ୟ ଏବଂ କୁଳସାମାଜ କିଛି ସାହାଯ୍ୟ କଲେ ଘର ଚଳେ ନଚେତ ଭୋକ ଉପସାରେ ରହିଯାଆନ୍ତି ପରିବାର । ତେଣୁ ସ୍ତ୍ରୀ ଓ ଝିଅ ଉଭୟ ବାପାଙ୍କ ଉତ୍ତମ ଚିକିତ୍ସା ପାଇଁ ପ୍ରଶାସନର ସାହାଯ୍ୟ ମାଗିବା ସହ ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି । କିଛି ଆର୍ଥିକ ସାହାଯ୍ୟ ମିଳିଲେ ତ୍ରିନାଥଙ୍କ ଭଲ ଚିକିତ୍ସା ହୋଇପାରନ୍ତା। ତ୍ରିନାଥଙ୍କୁ ଯେଉଁ ଵଦାନ୍ୟ ବ୍ୟକ୍ତି ସହଯୋଗ କରିବା ପାଇଁ ଚାହିଁବେ ଏହି ଆକାଉଂଟରେ ସାହାଯ୍ୟ କରିପାରିବେ ।

ଶ୍ରଦ୍ଧାଞ୍ଜଳି ପ୍ରଧାନ-ଇଣ୍ଡିଆନ ବ୍ୟାଙ୍କ

ଆକାଉଂଟ ନମ୍ବର- ୬୪୫୨୩୮୬୪୯୫

ଆଇଏଫଏସସି ନମ୍ବର- ଆଇଡିଆଇବି୦୦୦କେ୨୫୭

ଫୋନ ନମ୍ବର- ୭୩୨୬୮୨୨୦୬୮

   Related Posts