Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଚାଷୀଙ୍କଠୁ ଧାନ କ୍ରୟରେ ଅନିୟମିତତା, ରାଇସ୍ ମିଲ୍‌ରେ ତାଲା ଠୁଙ୍କିଲା ପ୍ରଶାସନ

29/01/2021 at 11:27 AM

କଣ୍ଟାବାଞ୍ଝି ୨୯।୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ସହରରେ ଥିବା ଲିଲୁରାମ ରାଇସ୍ ମିଲ୍ କୁ ସିଲ୍ କଲା ପ୍ରଶାସନ । ଟିଟିଲାଗଡ ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ତୁରେକେଲା ଯୋଗାଣ ଅଧିକାରୀ ପ୍ରଭାତ କୁମାର ଦାସଙ୍କ ସହ କଣ୍ଟାବାଞ୍ଝି ପୋଲିସ ମିଳିତ ଭାବେ ଗୁରୁବାର ରାତିରେ ଏହି ରାଇସ୍ ମିଲ୍ ରେ ଚଢାଉ କରିଥିଲେ । ମିଲରେ ଥିବା ଗୋଦାମ ଉପରେ ଚଢାଉ କରିବା ସହ କେତେ କ୍ବିଣ୍ଟାଲ ଧାନ ଅଛି ଏବଂ କଣ ସବୁ ମିଲ୍ ଭିତରେ ଚାଲିଛି ତାର ତଦାରଖ କରିଥିଲେ ।

କଣ୍ଟାବାଞ୍ଝି ଅଞ୍ଚଳରେ ଚାଷୀମାନେ ଏମଏସପିରେ ଧାନ ବିକ୍ରି କରିବା ପାଇଁ ପ୍ରାବଧାନ ରହିଛି ହେଲେ ଲିଲୁରାମ ରାଇସ୍ ମିଲରେ ଚାଷୀମାନଙ୍କୁ ହଇରାଣ କରି ଧାନ କ୍ରୟ କରୁଥିବା ଜଣାପଡିଥିଲା । ଏନେଇ ଅଭିଯୋଗ ପରେ ଚଢାଉ କରାଯାଇଥିବା ଜଣାପଡିଛି । ଲିଲୁରାମ ରାଇସ୍ ମିଲରେ ମୋଟ୍ ୨ଟି ବଡ ଗୋଦାମ ଏବଂ ୬ଟି ଛୋଟ ଗୋଦାମକୁ ସିଲ୍ କରାଯାଇଛି ।

   Related Posts