Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ଚାଷୀଙ୍କଠୁ ଧାନ କିଣାରେ କରାଯାଉଛି ଅନିୟମିତତା, ସରକାରଙ୍କ ଉପରେ ଗର୍ଜିଲା କଂଗ୍ରେସ: ଉତ୍ତର ରଖିଲେ ମନ୍ତ୍ରୀ

10/12/2018 at 2:12 PM

ଭୁବନେଶ୍ୱର ୧୦/୧୨ : ଧାନ ମଣ୍ଡି ଓ ଧାନ କିଣା ନେଇ ଚାଷୀଙ୍କ ସମସ୍ୟା ୨/୩ ଦିନ ଭିତରେ ସମାଧାନ କର | ନଚେତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି କଂଗ୍ରେସ | ୨/୩ ଦିନ ଭିତରେ ଚାଷୀଙ୍କ ଧାନ କିଣାଯାଉ | ଛଟନି କଟନି ବନ୍ଦ କରାଯାଉ | ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଚାଷୀଙ୍କ ପାଇଁ ନା ମିଲରଙ୍କ ପାଇଁ ବୋଲି ପ୍ରଶ୍ନ କରିଛି ମଧ୍ୟ କଂଗ୍ରେସ | ବେଈମାନ ସରକାର ଦଲାଲମାନଙ୍କ ହାତରେ ଧାନ କିଣୁଛନ୍ତି | ସରକାରୀ କର୍ମଚାରୀ, ମନ୍ତ୍ରୀ, ମିଲରମାଲିକଙ୍କ ମଧୁ ଚନ୍ଦ୍ରିକା ଚାଲିଛି | ଚାଷୀ ଆତ୍ମହତ୍ୟା କଲେ ମନ୍ତ୍ରୀ, ସଚିବ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ | ମିଲରମାନେ ଚାଷୀଙ୍କ ଉପରେ ଚାପ ପକାଉଛନ୍ତି | କ୍ୱିଣ୍ଟାଲ ପିଛା ସେମାନଙ୍କ ୧୦ରୁ ୧୨ କେଜି ଧାନ କଟାଯାଉଛି | ଚାଷୀ ଆତ୍ମହତ୍ୟା ରିପୋର୍ଟକୁ ସରକାର ଚାପି ଦେଉଛନ୍ତି | ସରକାର ଗାଲୁଆମୀ କରୁଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେଖିଛନ୍ତି | କୃଷି ବଜେଟ ନାଁରେ ଚାଷୀଙ୍କୁ ରାଜ୍ୟ ସରକାର ପ୍ରତାରିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି |

ଅପରପକ୍ଷରେ ଧାନ କିଣାକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଚାଷୀମାନେ ବୁଝୁନାହାନ୍ତି | ମିଲରମାନେ ଜିଦ କରୁଛନ୍ତି | ମିଲର କହୁଛନ୍ତି ଏଫଏକ୍ୟୁ ନହେଲେ ଧାନ ନେବେ ନାହିଁ | କେନ୍ଦ୍ର ସରକାରଙ୍କ ନିର୍ଦେଶରେ ଧାନ କିଣା ଚାଲିଛି |


ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ଯେ, ମିଲର ଓ ପିଏସିଏସ କଟନି ଛଟନି କଲେ ତୁରନ୍ତ ଗିରଫ କରି ମିଲ ସିଜ କରିବାକୁ | ପିଏସିଏସ ୨୪ ଘଣ୍ଟାରୁ ଅଧିକ ଧାନ ରଖିପାରିବ ନାହିଁ | ୨୩ଟି ଜିଲ୍ଲାରୁ ଅଧିକ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଛି | ପଶ୍ଚିମ ଓଡିଶାରେ ପ୍ରଥମେ ଧାନ କଟା ଯାଇଥିବାରୁ ସେଠାରେ ପ୍ରଥମେ ଧାନ ସଂଗ୍ରହ ଆରମ୍ଭ ହୋଇଛି | କଳାହାଣ୍ଡି ଓ ନୂଆପଡାରେ ସମସ୍ୟା ଥିଲା | ସମାଧାନ ହୋଇସାରିଛି | ଆସନ୍ତା ୧୫ ତାରିଖରୁ ଗଞ୍ଜାମରେ ଧାନ କିଣା ଆରମ୍ଭ ହେବା |

   Related Posts