Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାକିରି ଚାଲିଯିବାରୁ ସାଉଦି ଆରବରେ ଭିକ ମାଗୁଛନ୍ତି ୪୫୦ ଭାରତୀୟ, ଭାରତ ଫେରିବାକୁ କରୁଛନ୍ତି ଗୁହାରି

19/09/2020 at 4:22 PM

ନୂଆଦିଲ୍ଲୀ ୧୯/୦୯: କରୋନା ଯୋଗୁ ଅଧିକାଂଶ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି। ଏ ପାଇଁ ଲୋକଙ୍କୁ ନାନା ସମସ୍ୟା ସାମ୍ନା କରିବାକୁ ପଡୁଛି। ଏହି କ୍ରମରେ ସାଉଦି ଆରବରେ ୪୫୦ ବେ​‌ରୋଜଗାରୀ ଭାରତୀୟ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, କାଶ୍ମୀର, ବିହାର, ଦିଲ୍ଲୀ, ରାଜସ୍ଥାନ, କର୍ନାଟକ, ହରିଆଣା, ପଞ୍ଜାବ ଓ ମହାରାଷ୍ଟ୍ରର ବାସିନ୍ଦା।

ଏମାନଙ୍କ ଓ୍ବାର୍କ ପରମିଟ୍ ଶେ​‌ଷ ହୋଇଯିବାରୁ ଏବେ ସେମାନେ ଭିକ୍ଷାବୃତି କରୁଛନ୍ତି। ପେଟ ପୋଷିବା ପାଇଁ ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନ ଥିବାରୁ ଭିକ ମାଗିବାକୁ ବାଧ୍ୟ ହୋଇଛନ୍ତି। ଅଥୋରିଟି  ଏ ବାବଦରେ ଜାଣିବା ପରେ ସମସ୍ତ ଭାରତୀୟଙ୍କୁ ଡିଣ୍ଟେସନ ସେଣ୍ଟରକୁ ପଠା ଯାଇଛି।

ଅବଶ୍ୟ ଏମାନଙ୍କର ଏକ ଭିଡିଓ ସୋସାଲ ମିଡିଆରେ ଏବେ ଭାଇରାଲ ହେଉଛି। ଯେଉଁଥରେ ସେମାନେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଏହା ସହ କରୋନା ପରିସ୍ଥିତି ପାଇଁ ସେମାନେ ଭିକ ମାଗୁଥିବା କହିଛନ୍ତି। କେବଳ ଏତିକି ନୁହେଁ ସେମାନେ ଭାରତ ଫେରିବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି। ଖବର ଅନୁସାରେ ଜଣେ ସାମାଜିକ କର୍ମୀ ଏହି ଭାରତୀୟଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି। ଏ ବାବଦରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ବିଦେଶ ମନ୍ତ୍ରୀ ଏସ ଜୟ ଶଙ୍କରଙ୍କୁ ଚିଠି ଲେଖିଛନ୍ତି।

 

 

 

   Related Posts