ଚରିତ୍ରକୁ ସନ୍ଦେହ କରି ମହିଳାଙ୍କ ଚୁଟି କାଟିଲେ ଗ୍ରାମବାସୀ
11/06/2018 at 10:53 PM

ବଲାଙ୍ଗିର ଜିଲ୍ଳା କରକଚିଆ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ମହିଳାଙ୍କ ଚରିତ୍ରକୁ ସଂଦେହ କରି ଗାଁର କିଛି ବ୍ୟକ୍ତି ଓ ମହିଳା ମିଶି ମହିଳା ଜଣଙ୍କୁ ନିର୍ଯ୍ୟାତନା ଦେବା ସହ ତାଙ୍କ ଚୁଟି କାଟି ଦେଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବୀ କରିଛନ୍ତି। ତେବେ ଘଟଣାକୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିଲେ ମଧ୍ୟ ମହିଳାଙ୍କ ତରଫରୁ ଗତ କାଲି ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ କହିଳା ଜଣକ । ସେପଟେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021