ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲା ୪ବଖରା ଘର
31/05/2019 at 5:41 PM

କେନ୍ଦ୍ରାପଡା ୩୧|୫: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବଗଡା ଡିହ ସାହିରେ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ଚାରି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି | ଆଜି ଦିନ ପ୍ରାୟ ସାଢେ ଦିଟାରେ ସଂପୃକ୍ତ ଗାଁର ଅନାମ ଜେନାଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା | ଘର ଲୋକେ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିବା ବେଳକୁ ନିକଟରେ ଥିବା ଉତ୍ତମ ଜେନାଙ୍କ ଛପର ଘରକୁ ନିଆଁ ବ୍ୟାପି ଯାଇଥିଲା | ନିଆଁ ବ୍ୟାପିଯିବା ପରେ ଅନାମ ଜେନାଙ୍କ ଘରେ ଥିବା ଏକ ଏଲପିଜି ସିଲିଣ୍ଡର ଫାଟି ଯାଇଥିଲା |
ଖବର ପାଇ କେନ୍ଦ୍ରାପଡ଼ା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ | ତେବେ ଉଭୟ ପରିବାରର ଚାରି ବଖରା ଘର ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା | ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି |