Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଗୋଆକୁ ମିଳିଲା ପ୍ରଥମ ଆଲକୋହଲ ସଂଗ୍ରହାଳୟ, ଜାଣନ୍ତୁ ଏହାର ବିଶେଷତ୍ଵ

17/10/2021 at 9:15 PM

ପାଣାଜି ୧୭।୧୦: ଆପଣ ସଂଗ୍ରହାଳୟ ଦେଖିଥିବେ। ଯେଉଁଠି ପୁରାତନ ସମୟ ଓ ଇତିହାସ ସମ୍ବନ୍ଧିତ ବସ୍ତୁ ସାଇତି ରଖାଯାଏ। ହେଲେ ଏବେ ମଦ ପାଇଁ ମଧ୍ୟ ସଂଗ୍ରହାଳୟ କରାଯାଇଛି। ଆଉ ଏହି ମଦକୁ ସଂଗ୍ରହାଳୟ ମିଳିଛି ଗୋଆରେ। ପ୍ରାଚୀନ ବସ୍ତୁର ସଂଗ୍ରହକର୍ତ୍ତା, ସ୍ଥାନୀୟ ବ୍ୟବସାୟୀ ନନ୍ଦନ କୁଡଚଡକର ଦ୍ଵାରା ଏହି ମଦ ସଂଗ୍ରହାଳୟ ଆରମ୍ଭ କରାଯାଇଛି।

କ୍ୟାଣ୍ଡୋଲିମର ଛୋଟ ସମୁଦ୍ର କୂଳ ଗାଁରେ ସ୍ଥିତ ସଂଗ୍ରହାଳୟ ଅଲ ଅବାଉଟ ଆଲକୋହଲ ନାମରେ ପରିଚିତ। ଏଥିରେ ଶତାଧିକ ଏବଂ ପୁରାତନ କଳାକୃତି, କାଚରେ ନିର୍ମିତ ପାରମ୍ପରିକ ବସ୍ତ୍ର ରହିଛି। ଏହି ସଂଗ୍ରହାଳୟରେ  ଶତାଧିକ ବର୍ଷ ତଳୁ କାଜୁ ଆଧାରିତ ମଦ ସଂଗୃହୀତ  କରି ରଖାଯାଇଛି।

କୁଡଚାଡକର କହିଛନ୍ତି, ସଂଗ୍ରହାଳୟ ଆରମ୍ଭ ହେବା ପଛର ଉଦ୍ଦେଶ୍ୟ ଦୁନିଆକୁ ଗୋଆର ସମୃଦ୍ଧ  ବିରାସତ, ବିଶେଷ କରି ଫେନିର କାହାଣୀ ଏବଂ ବ୍ରାଜିଲରୁ ଗୋଆ ପର୍ଯ୍ୟନ୍ତ ମଦର  ବିରାସତକୁ ଅବଗତ କରାଇବାର ରହିଛି। କୁହାଯାଏ, କାଜୁର ଚାରାକୁ ପ୍ରଥମ ଥର ୧୭୦୦ ଦଶନ୍ଧିରେ ପର୍ତ୍ତୁଗାଲ ଦ୍ଵାରା ବ୍ରାଜିଲରୁ ଗୋଆ ଆମଦାନୀ କରାଯାଇଥିଲା। ଏହିପରି ବ୍ରାଜିଲ ଏବଂ ଗୋଆ ମଧ୍ୟରେ ନୂତନ ସଂପର୍କ ଯୋଡି ହୋଇ ଯାଇଥିଲା। ଗୋଆ ସମୁଦ୍ର କୂଳରେ ଚାରା ରୋପଣ କରାଯିବା ପରେ କାଜୁ ଚାଷକୁ ଗୋଆରେ ନୂତନ ଦିଗ ମିଳିଥିଲା।

କାଜୁ ଏବଂ ସେଓ ରସରୁ ତିଆରି ମଦ ଗୋଆରେ ବେଶ୍ ଲୋକପ୍ରିୟ।  ତେଣୁ ଗୋଆରେ କାଜୁ ଏବଂ ସେଓ ଚାଷ ମଧ୍ୟ କରାଯାଏ। ଏଥିପାଇଁ ରାଜ୍ୟ ସରକାର  ଚାଷୀଙ୍କୁ ସବୁ ଋତୁରେ ପଟ୍ଟାରେ ଜମି ଯୋଗାଇ ଦେଇଥାନ୍ତି।

ଏହି ସଂଗ୍ରହାଳୟ ସଂପୂର୍ଣ୍ଣ ଭାବେ ସ୍ଥାନୀୟ ପ୍ରାଚୀନ ମଦ ପାଇଁ ସମର୍ପିତ ଅଟେ।  ଫେନି ଗୋଆର ସବୁଠୁ ଲୋକପ୍ରିୟ ବିୟର ମଧ୍ୟରୁ ଅନ୍ୟତମ। ୧୩ ହଜାର ବର୍ଗଫୁଟ୍‌ରେ ବ୍ୟାପ୍ତ ଏହି ସଂଗ୍ରହାଳୟରେ ୫ଟି ରୁମ୍ ରହିଛି। କାଣ୍ଡୋଲିମ ହାଉସ୍‌ର ଏହି ସଂଗ୍ରହାଳୟରେ ଶତାଧିକ ପୁରାତନ ସାମଗ୍ରୀ ସୁସଜ୍ଜିତ ରଖାଯାଇଛି।

   Related Posts