Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଗୋଲ୍ଡେନ୍ ବୟ ନୀରଜ ଚୋପ୍ରାକୁ ୧ କୋଟିର ଅର୍ଥ ରାଶି ଦେଇ ସମ୍ମାନିତ କଲା CSK

1/11/2021 at 12:14 PM

ନୂଆଦିଲ୍ଲୀ ୦୧।୧୧ : ଟୋକିଓ ଅଲିମ୍ପିକ୍‌ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଗୋଲ୍ଡେନ୍‌ ବୟ ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଇ ସମ୍ମାନିତ କରିଛି ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ରବିବାର ଦିନଆଇପିଏଲ ଫ୍ରାଞ୍ଚାଇଜର ଚେନ୍ନାଇ ସୁପର କିଙ୍ଗସ କ୍ରିକେଟ ଲିମିଟେଡ ପକ୍ଷରୁ ୧ କୋଟି ଟଙ୍କା ସହିତ ୮୭୫୮ ନମ୍ବର ଲେଖା ଥିବା ଏକ ଜର୍ସି ମଧ୍ୟ ଉପହାର ଦେଇଛି । କାରଣ ନିରଜ ଚୋପ୍ରା ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ।

ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସିଏସକେର ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ନିରଜ ଚୋପ୍ରାଙ୍କର ଏହି ସଫଳତା ପାଇଁ ସମଗ୍ର ଦେଶ ଆଜି ଗର୍ବିତ । ସେହିପରି ଆଗାମୀ ପିଢ଼ିର ଖେଳାଳୀଙ୍କ ପାଇଁ ସେ ବଡ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିବା ଭାରତୀୟ କ୍ରୀଡା ଇତିହାସରେ ସବୁଦିନ ପାଇଁ ଚିର-ସ୍ମରଣୀୟ ହୋଇ ରହିବ । ତେଣୁ ତାଙ୍କୁ ସମ୍ମାନିତ କରି ଆମେ ଗର୍ବ ଅନୁଭବ କରୁଛୁ । ସେହିପରି ନିରଜ୍ ଚୋପ୍ରା କହିଛନ୍ତି ଯେ, ଗତ ଦୁଇ ମାସ ଧରି ମୁଁ ନିଜକୁ ସ୍ପେଶାଲ ତଥା ନିଆରା ଅନୁଭୂତି ଅନୁଭବ କରିବା ସୁଯୋଗ ପାଇଥିବାରୁ ଅତି ଖୁସି ମନେ କରୁଛି । ଏହା ସହ ସେ ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି । ଯାହା ଏବେ ଖୁବ୍‌ ଜୋରରେ ଭାଇରାଲ୍‌ ହେବାରେ ଲାଗିଛି ।

   Related Posts