ଗାଧୋଇବାକୁ ଯାଇ ଦୁଇ ନାବାଳିକାଙ୍କ ସଳିଳ ସମାଧି
22/05/2018 at 10:50 PM

ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ପେଣ୍ଡୁରିପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଦୁଇ ନାବହାଳିକା ହେଲେ ସାହି ଗାଁର ଗୋବିନ୍ଦ ପ୍ରଧାନଙ୍କ ଝିଅ ବିମଳା ପ୍ରଧାନ ଏବଂ ସନ୍ତୋଷ ଦଳେଇଙ୍କ ଝିଅ ଗାୟତ୍ରୀ ଦଳେଇ । ଉଭୟ ଗାଁ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରିା ସ୍ତାନିୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021