ଗାଏବ୍ ହୋଇଗଲା ମରୁଭୂମିରୁ ମିଳିଥିବା ଧାତୁର ଖୁମ୍ବ, ଲୋକେ କହିଲେ-ଏହା ଏଲିୟନଙ୍କ କାମ
30/11/2020 at 6:18 PM

ନୂଆଦିଲ୍ଲୀ ୩୦/୧୧ : ଆମେରିକାର ଦକ୍ଷିଣପୂର୍ବ ମରୁଭୂମିରେ ୨ ସପ୍ତାହ ତଳେ ଅଚାନକ ମିଳିଥିବା ଏକ ଧାତୁର ଖୁମ୍ବ ହଠାତ କେଉଁ ଆଟେ ଉଭାନ ହୋଇଯାଇଛି । ନଭେମ୍ବର ୧୮ରେ କିଛି କର୍ମଚାରୀ ହେଲିକପ୍ଟର ମାଧ୍ୟରେ ଏହି ଅଜବ ବସ୍ତୁଟିକୁ ଦେଖିଥିଲେ । ଜଣେ ସାଧାରଣ ଲୋକର ଉଚ୍ଚତାରୁ ଏହା ପ୍ରାୟ ୨ ଗୁଣ ବଡ ଥିବା ଜାଣିବାକୁ ପାଇଥିଲେ କ୍ରିୟୁମାନେ । ତେବେ ଏତେ ଉଚ୍ଚତା ବିଶିଷ୍ଟ ଖୁମ୍ବ ମିଳିବା ପରେ ଏହା ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା | ଫେଡେରାଲ୍ ବ୍ୟୁରୋ ଅଫ୍ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଏବଂ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ଏହାର ଦେଖାଯିବା କିମ୍ବା ନିଖୋଜ ବିଷୟରେ କୌଣସି ସୂଚନା ପାଇ ନାହିଁ ।
ଷ୍ଟେଟ୍ ଏଜେନ୍ସିଗତ ଶନିବାର ଦିନ ଓ୍ବେବସାଇଟରେ ପ୍ରକାଶ କରିଛି ଯେ, ରିପୋର୍ଟ ମିଳିଛି କି ବେଆଇନ ଭାବେ ସ୍ଥାପିତ ଷ୍ଟ୍ରକଚରକୁ କୌଣସି ଅଜ୍ଞାତ ପାର୍ଟି ହଟାଇ ଦେଇଛନ୍ତି । ଶୁକ୍ରବାର ଦିନ ଏହି ଖୁମ୍ବକୁ କେଉଁଆଡେ ନିଖୋଜ ହୋଇଯାଇଥିବା ଖବର ରହିଛି ବୋଲି ବିଭାଗ କହିଛି। ବର୍ତ୍ତମାନ କେହିବି ଏହା ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି । ତେବେ ଅନୁମାନ କରାଯାଉଛି ଯେ, ଏଲିୟନମାନେ ଏହାକୁ ଲଗାଇଥିଲେ ଏବଂ ସେମାନେ ଏହାକୁ ନେଇଯାଇଛନ୍ତି ।
ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ପ୍ରସିଦ୍ଧ କଳାକାର ଜନ୍ ମ୍ୟାକ୍ରାକେନ୍ ଏହି ଖମ୍ବକୁ ଲଗାଇଥିବା ଶୁଣିବାକୁ ମିଳୁଛି । ତେବେ ତାଙ୍କର ୨୦୦୨ ମସିହାରେ ମୃତ୍ୟୁ ହୋଇସାରିଛି । ଜନଙ୍କ ପୁଅ କହିବାକଥା ଯେ, ତାଙ୍କ ପିତାଙ୍କ ମୃତ୍ୟୁ ପୂର୍ବରୁ ସେ କହିଥିଲେ କି ତାଙ୍କର ସମସ୍ତ କଳାକୃତିକୁ କୌଣସି ଦୂର ସ୍ଥାନରେ ରଖିଦିଆଯାଉ ଏବଂ ପରେ ସେଗୁଡିକୁ ଖୋଜା ଯାଉ । ତେବେ ସେହି ଖୁମ୍ବ ବିଷୟରେ ସଠିକ ସୂଚନା ଏଯାଏଁ ମଧ୍ୟ ତାଙ୍କୁ ମିଳିପାରିନାହିଁ ।