ଗାଁକୁ ରାସ୍ତା ନାହିଁ
17/07/2018 at 11:32 PM

ସରକାର ଗାଁ ମାନଙ୍କୁ ରାସ୍ତା ସଂଯୋଗ ଓ ଗାଁ ର ବିଭିନ୍ନ ସମସ୍ୟା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି । ଯାଜପୁର ଜିଲ୍ଲା ବରୀ ବ୍ଲକ ବାଜପଡା ଗାଁ ଏହାର ଉଦାହରଣ । ଯେଉଁଠି ରାସ୍ତା ଭଳି ମୌଳିକ ସୁବିଧା ଲୋକଙ୍କ ପାଇଁ ଅପହଞ୍ଚ ପାଲଟିଛି । ବର୍ଷ ବର୍ଷ ଧରି ରାସ୍ତା ପାଇଁ ନାନାଦି ଦୁଃଖ ଦୁର୍ଦ୍ଦଶାରେ ଘାଣ୍ଟି ହେଉଛନ୍ତି ଗାଁ ଲୋକେ । ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ନେହୁରା ହେଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।