Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||

ଗଣତନ୍ତ୍ର ଦିବସ ଉତ୍ସବ ଉପରେ କରୋନା ଛାଇ : କାର୍ଯ୍ୟକ୍ରମରେ ଅନେକ ଅଦଳବଦଳ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଯିବ ନାହିଁ ପରେଡ୍

7/01/2021 at 12:33 PM

ନୂଆଦିଲ୍ଲୀ,୦୭/୦୧: ସାରା ବିଶ୍ୱରେ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି। ଏସବୁ ଭିତରେ ଭାରତର ଗଣତନ୍ତ୍ର ଦିବସ ସମାରୋହ ଫିକା ପଡ଼ିବାର ଆଶଙ୍କା ମଧ୍ୟ କରାଯାଉଛି। ସେଥିପାଇଁ ଏହି ଆୟୋଜନ ସାରଣୀରେ କିଛି ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ପ୍ୟାରେଡ୍କୁ ଛୋଟ ଧରଣର ଆୟୋଜନା କରାଯାଇଛି। ଏହା ସହିତ ଦର୍ଶକଙ୍କ ସଂଖ୍ୟା ମଧ୍ୟ କମ୍ ସଂଖ୍ୟା ମଧ୍ୟରେ ସୀମିତ ରଖାଯାଇଛି। ।

ଖବର ଅନୁଯାୟୀ, ଚଳିତ ବର୍ଷ  ଗଣତନ୍ତ୍ର ଦିବସ ସମାରୋହ ପ୍ୟାରେଡ୍ ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ମଧ୍ୟ ଯିବ ନାହିଁ । ପ୍ରତିବର୍ଷ ଏହି ପ୍ୟାରେଡ୍ ୮.୨ କିଲୋମିଟର ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏ ବର୍ଷ ୩.୩ କିଲୋମିଟରେ ଭିତରେ ଆୟୋଜନ ହେବା ସହ ଜାତୀୟ ଷ୍ଟାଡିୟମ୍ ଭିତରେ ହିଁ ରହିବ।  ଏହାଛଡ଼ା ପ୍ରତି ଧାଡ଼ିରେ ୧୪୪ ଜଣ ଯବାନ ରହୁଥିବା ବେଳେ ଏ ବର୍ଷ କେବଳ ୯୬ ଜଣ ଯବାନ ରହିବେ। ସାମାଜିକ ଦୂରତାକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। ପ୍ୟାରେଡ୍‌ରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ କରୋନା ଟେଷ୍ଟ କରାଯାଇ ସେମାନଙ୍କୁ ଅଲଗା ରଖାଯାଇଛି।

ସେହିପରି ଗଣତନ୍ତ୍ର ଦିବସ ଏବଂ ସେନା ଦିବସ ପ୍ୟାରେଡ୍‌ରେ ଭାଗ ନେବା ପାଇଁ ପାଖାପାଖି ୨ ହଜାରରୁ ଅଧିକ ସୈନ୍ୟ ନଭେମ୍ୱର ଶେଷ ଆଡ଼କୁ ଦିଲ୍ଲୀରେ ପହଞ୍ଚିଥିଲେ। କରୋନା ସଂକ୍ରମଣକୁ ନଜରରେ ରଖି ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ଏହାଛଡ଼ା ପ୍ୟାରେଡ୍‌ରେ ଭାଗ ନେବାକୁ ଥିବା କର୍ମୀମାନଙ୍କର ଜାନୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ବାହାର ସମ୍ପର୍କ ରହିବ ନାହିଁ। ପୂର୍ବ ବର୍ଷଗୁଡ଼ିକର ପ୍ୟାରେଡ୍‌ରେ ଏକ ଲକ୍ଷ ପନ୍ଦର ହଜାର ଦର୍ଶକ ଏକତ୍ରିତ ହେଉଥିଲେ। କିନ୍ତୁ ଏହି ବର୍ଷ ୨୫ ହଜାର ଲୋକ ଏକାଠି ହେବା ପାଇଁ ଅନୁମତି ଦିଆଯାଇଛି। ଛୋଟ ପିଲାଙ୍କୁ ଅନୁମତି ଦିଆଯାଇ ନଥିବା ବେଳେ ୧୫ ବର୍ଷ ଉପରକୁ ହୋଇଥିବା ଲୋକଙ୍କୁ ଅନୁମତି ରହିଛି । ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତା ମୂଳକ କରାଯାଇଛି।

   Related Posts