ଗଞ୍ଜାମ, ରମ୍ଭାଥାନା ଅନ୍ତର୍ଗତ ପାଲୋର ଛକ ନିକଟ ଏକ ସଡ଼କ ଦୁର୍ଘଟଣାରେ ୫ ଜଣ ଆହତ
18/06/2018 at 11:03 PM

ଗଞ୍ଜାମ, ରମ୍ଭାଥାନା ଅନ୍ତର୍ଗତ ପାଲୋର ଛକ ନିକଟ ଏକ ସଡ଼କ ଦୁର୍ଘଟଣାରେ ୫ ଜଣ ଆହତ। ସେମାନଙ୍କ ମଧ୍ୟରେ ୨ ଜଣ ଚିନ୍ନା ନାଗରିକ ଜଣା ପଡ଼ିଛି। କାର୍ ସହ ଏକ ଭ୍ୟାନ୍ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଘଟଣାସ୍ଥଳରେ ରମ୍ଭା ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି।