ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ତତଡାପଲ୍ଲୀ ଗାଆଁରେ ଗୋଷ୍ଠୀ ସଂଙ୍ଘର୍ଷ
7/07/2018 at 11:52 PM

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ତତଡାପଲ୍ଲୀ ଗାଆଁ। ଏହି ଗାଆଁରେ ଦେଖାଦେଇଛି ଏବେ ଅଶାନ୍ତର ବାତାବରଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଆଁରେ ଘଟିଛି ଗୋଷ୍ଠି ସଂଘର୍ଷ। ଉଭୟ ଗୋଷ୍ଠିର ୮ଜଣ ଆହାତ ହୋଇଥିବା ଜଣାପଡିଛି। ଗାଆଁର ଦୁଇ ସାହି ମଧ୍ୟରେ ହୋଇଛି ଗଣ୍ଡଗୋଳ। ଗତ ବର୍ଷ ଗଣେଶ ପୂଜାକୁ ନେଇ ବିବାଦ ଦେଖାଦେଇଥିଲା। ଚଳିତ ବର୍ଷ ଗାଆଁର ଗୋଟିଏ ସାହିବାସିନ୍ଦା ଗଣେଶ ପୂଜା କରିବାକୁ ନିଷ୍ପତ୍ତି ନେିଥିଲେ। ଅନ୍ୟ ଏକ ସାହିବାସିନ୍ଦା ସେହି ସାହିରେ ଗଣେଶ ପୂଜା କରିପାରିବ ନାହିଁ ବୋଲି କୁଆଡେ ଧମକ ଦେଇଥିବା ଅଭିଯୋଗ ହୋଇଛି। କେବଳ ଗୋଟିଏ ଗଣେଶ ପୂଜା ହେବ। ଏଥିପାଇଁ ପ୍ରତ୍ୟେକ ଘର ଦୁଇ ହଜାର ଟଙ୍କା ଚାନ୍ଦା ଦେବାକୁ କହିଥିଲେ। ଏକ ସାହିର ଏଭଳି ନିଷ୍ପତ୍ତିକୁ କୁଆଡେ ଅନ୍ୟ ଏକ ସାହିବାସିନ୍ଦା ମନା କରିଥିଲେ। ଏହାକୁ ନେଇ ଆଜି ସକାଳୁ ଘଟଣାର ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସ୍କୁଲକୁ ପିଲାମାନଙ୍କୁ ନେଉଥିବା ବାଟରେ ଅପର ଗୋଷ୍ଠି ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ମାରଣା ଅସ୍ତ୍ର, ବୋମାମାଡ କରିଥିବା ଅଭିଯୋଗ ହୋଇଛି। ଏଥିରେ ଉଭୟ ଗୋଷ୍ଠିର ୮ ଜଣ ଆହାତ ହୋଇଥିବା ବେଳେ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।