Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଗଙ୍ଗା ନଦୀରେ ବୁଡିଲା ଜିପ୍: ୧୦ ମୃତ, ଅନେକଙ୍କ ମିଳୁନି ପତ୍ତା

23/04/2021 at 12:41 PM

ପାଟନା ୨୩/୪: ବିହାର ରାଜଧାନୀ ପାଟନାରେ ମର୍ମନ୍ତୁଦ ଦୁର୍ଘଟଣା । ଦାନପୁର ଏବଂ ଦିୟାରାକୁ ଯୋଡୁଥିବା ପିପା ପୋଲ ଉପରୁ ପାଣିରେ ଖସିପଡିଥିଲା ଏକ ଜିପ୍ । ୧୨ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ଜିପଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଥିଲା । ଏମିତିକି ପୋଲ ସାଇଡରେ ଥିବା ରେଲିଂକୁ ଭାଙ୍ଗି ପାଣିରେ ପଡିଯାଇଥିଲା । ତେବେ ଏଥିରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟମାନଙ୍କ ମିଳୁନି ପତ୍ତା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସୂଚନା ପାଇଁ ପୋଲିସ ପହଞ୍ଚି ତଦନ୍ତ କରୁଛି । କେମିତୁ କେଉଁଭଳି ଅବସ୍ଥାରେ ଏପରି ଦୁର୍ଘଟଣା ଘଟିଲା ସେ ନେଇ ଆରମ୍ଭ ହୋଇଛି ଯାଞ୍ଚ । ସୂଚନା ମୁତାବକ ସକାଳ ୯ଟା ସମୟରେ ଜିପଟି ପୋଲ ତଳକୁ ଖସିପଡି ପାଣିରେ ବୁଡିଯାଇଥିଲା । ପାଖାପାଖି ୨୫ ଫୁଟ ତଳକୁ ଖସିପଡିଛି ଜିପ୍ ।

   Related Posts