Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ସଦର ଥାନା ବଣିଆଟାଙ୍ଗୀ ଛକରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଖୋର୍ଧା ସଦର ଥାନା ବଣିଆଟାଙ୍ଗୀ ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ମେଡିକାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣକ ହେଲେ ବଣିଆଟାଙ୍ଗୀ ଗାଁର ସୁଦିପ୍ତ ସାମନ୍ତରାୟ । ଗତକାଲି ରାତି ୯ଟା ବେଳେ ସୁଦିପ୍ତ ଛକରେ ଠିଆ ହୋଇଥିବା ବେଳେ ହଠାତ କିଛି ଯୁବକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ତେବେ ଆକ୍ରମଣର କାରଣ ଜଣାପଡିନଥିବା ବେଳେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

2595 Views

   ସମ୍ବନ୍ଧିତ ଖବର