Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧ। ନିକଟସ୍ଥ କାଇପଦର ଅଞ୍ଚଳରେ ପଥର ମାଫିଆଙ୍କ ଦ୍ବରାତ୍ମ ଦିନକୁ ଦିନ ବୃଦ୍ଧି ପାଉଛି

2/05/2018 at 10:27 PM

ଖୋର୍ଦ୍ଧ। ନିକଟସ୍ଥ କାଇପଦର ଅଞ୍ଚଳରେ ବେଆଇନ କଳାମୁଗୁନି ପଥର ମାଫିଆଙ୍କ ଦ୍ବରାତ୍ମ ଦିନକୁ ଦିନ ବୃଦ୍ଧି ପାଉଛି। ପଥରମାଫିଆମାନେ କାଇପଦର ଗ୍ରାମବାସୀଙ୍କୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭିତ କରୁଥିବାର ଅଭିଯୋଗ ହେଉଛି। ଗତ ଏପ୍ରିଲ 27 ତାରିଖରେ କାଇପଦର ଗ୍ରାମର ଗୁନ ଜେନା ଓ କୁନା ମହାପାତ୍ରଙ୍କ ଉପରେ ପଥରମାଫିଆମାନେ ଆକ୍ରମଣ କରିବା ଫଳରେ ଗୁନଜେନାଙ୍କ ହାତ ଭାଙ୍ଗି ଯାଇଛି ଓ କୁନା ମହାପାତ୍ର ଆହତ ହୋଇଛନ୍ତି। ଏନେଇ ପୋଲିସ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା ଫଳଘର ଶୂନ। ଫଳରେ ପଥରମାଫିଆଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କାଇପଦର ଗ୍ରାମବାସୀ ମାନେ ଖୋର୍ଦ୍ଧ। ଜିଲ୍ଲାପାଳ ଓ ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପ୍ରଶାସନ ପଥର ମାଫିଆଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନନଲେ ଆନ୍ଦୋଳନ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

Leave a Reply

   Related Posts