Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : ଖସୁଛି କରୋନା ଗ୍ରାଫ, ଦେଶରେ ଗତ ୨୪ଘଣ୍ଟାରେ ୩୬୬୦୪ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ
  • ||

କ୍ରିକେଟ୍‌ର ସାକିବ ଅଲ ହସନ କୋଲକାତାରେ କଲେ କାଳୀ ପୂଜା, କଠୋରପନ୍ଥୀଙ୍କ ଧମକ ପରେ ମାଗିଲେ କ୍ଷମା

17/11/2020 at 6:28 PM

ନୂଆଦିଲ୍ଲୀ ୧୭।୧୧: ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ସାକିବ ଉଲ ହସନ କୋଲକାତାରେ କାଳୀମାତାଙ୍କ ପୂଜା କରିବା ପରେ କ୍ଷମା ମାଗିଛନ୍ତି। ସେ ୟୁଟ୍ୟୁବ୍‌ରେ ନିଜର ଚ୍ୟାନେଲରେ ଏକ ଭିଡିଓ ପୋଷ୍ଟ କରି ଗତ ସପ୍ତାହରେ ପୂଜା କରିବା ନେଇ କ୍ଷମା ମାଗିଛନ୍ତି।

ବାଂଲାଦେଶର ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ଜୀବନରେ ମାରି ଦେବାକୁ ସାକିବଙ୍କୁ ଧମକ ଦେଇଥିଲେ। କୁହାଯାଉଛି ଯେ, ସାମାଜିକ ଗଣମାଧ୍ୟମରେ ପ୍ରବଳ ବିରୋଧ କାରଣରୁ ସାକିବ ଚାପରେ ଥିଲେ ଏବଂ ଏନେଇ ମଙ୍ଗଳବାର ସେ କ୍ଷମା ମାଗିଛନ୍ତି। ଏମିତି ପୁନର୍ବାର ହେବ ନାହିଁ  ବୋଲି ସେ କହିଛନ୍ତି।

ମ୍ୟାଚ୍ ଫିକ୍ସିଂ କାରଣରୁ ପ୍ରତିବନ୍ଧକ ସଜା କାଟୁଥିବା ସାକିବ ଗତ ସପ୍ତାହରେ କୋଲକାତା ପହଞ୍ଚିଥିଲେ ଏବଂ ବେଲିଘାଟରେ ମା କାଳୀଙ୍କ ପୂଜା କରିଥିଲେ। ସାକିବ ବାଂଲାଦେଶ ଫେରିବା ପରେ ସିଲହଟ ସହରର ମୋହସିନ ତାଲୁକଦାର ନାମକ ଜଣେ ବ୍ୟକ୍ତି ଫେସ୍‌ବୁକ୍‌ ଲାଇଭରେ କହିଥିଲେ ଯେ, ଏହି କ୍ରିକେଟ୍‌ର ମୁସଲିମଙ୍କ ଅପମାନ କରିଛନ୍ତି। ଯଦି ସାକିବଙ୍କ ହତ୍ୟା କରିବାକୁ ପଡେ ତେବେ ସେ ସିଲହଟରୁ ଢାକା ଯିବାକୁ ପ୍ରସ୍ତୁତ।

ସାକିବ ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ପୁଣି ଥରେ କୋଲକାତା ଯିବାକୁ ଚାହିଁବି ନାହିଁ। ଯଦି ଆପଣଙ୍କୁ ଲାଗୁଛି ଯେ, ଏହା ଆପଣଙ୍କ ବିରୋଧରେ ରହିଛି, ତେବେ ମୁଁ କ୍ଷମା ମାଗୁଛି। ମୁଁ ପ୍ରୟାସ କରିବି ଯେ, ଏମିତି ଘଟଣା ପୁନର୍ବାର ଘଟିବ ନାହିଁ। ସାମାଜିକ ଗଣମାଧ୍ୟମରେ ଖବର ଚାଲୁଛି ଯେ, ମୁଁ ସମାରୋହରେ ସାମିଲ ହେବାକୁ ଯାଇଥିଲି, ମାତ୍ର ଘଟଣା ତାହା ନୁହେଁ। ମୁଁ କୌଣସି ପୂଜା କରି ନାହିଁ। ଜଣେ ସଚେତନ ମୁସଲିମ ଭାବେ ମୁଁ ଏମିତି କରିବି ନାହିଁ। ଯଦି ମୋ ଦ୍ଵାରା କିଛି ଭୁଲ୍ ହୋଇଛି ତେବେ କ୍ଷମା ମାଗୁଛି।

   Related Posts