କୋରାପୁଟ ମୁଣ୍ଡିପଦର ହତ୍ୟାକାଣ୍ଡ ଉପରୁ ପରଦା ହଟିଲା, ୫ ଜଣ ଅଭିଯୁକ୍ତ ଗିରଫ
24/07/2018 at 8:46 PM

କୋରାପୁଟ ମୁଣ୍ଡିପଦର ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ସଂପର୍କୀୟ ଭାଇ ଭଉଣୀ ପ୍ରେମ ସଂପର୍କ କାରଣରୁ ହତ୍ୟାକାଣ୍ଡ। ଝିଅ ଧନମତୀ ଓ ଭଣଜା ପର୍ଶୁରାମକୁ ହତ୍ୟା କରିଛି ମେଟା ମୁଦୁଲି। କାରଣ ଝିଅ ଓ ଭଣଜାର ପ୍ରେମ ସଂପର୍କକୁ ଗ୍ରହଣ କରିପାରିନଥିଲା ସେ । କୋରାପୁଟ ଏସପି ଏହି ହତ୍ୟାକାଣ୍ଡକୁ ଖୁଲାସା କରିଛନ୍ତି। ହତ୍ୟାକାଣ୍ଡରେ ସାମିଲଥିବା ଅଭିଯୋଗରେ ମୃତ ଧନମତୀର ବାପା ଓ ଭାଇ ସମେତ ମୋଟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଟପାଡ ପୋଲିସ।