Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

କୋଭିଡ ଭ୍ୟାକସିନର ପ୍ରଥମ ଡୋଜ ନେବାରେ ଆମେରିକାକୁ ଅତିକ୍ରମ କଲା ଭାରତ, ଦେଶରେ ୨୨.୭୫ କୋଟି ଲୋକ ନେଲେଣି ଟିକା

5/06/2021 at 4:35 PM

ନୂଆଦିଲ୍ଲୀ ୦୫/ ୦୬ : ଟିକାକରଣରେ ଆମେରିକାକୁ ଅତିକ୍ରମ କରିଛି ଭାରତ । ଶନିବାର ଏ ନେଇ ସୂଚନା ଦେଇଛନ୍ତି ନୀତି ଆୟୋଗ । ଭାରତରେ ମୋଟ ୧୭.୨୦ କୋଟି ଲୋକ କରୋନା ଭ୍ୟାକସିନର ପ୍ରଥମ ଡୋଜ ନେଇଥିବା ବେଳେ ଆମେରିକାରେ ୧୬.୯୦ କୋଟି ଲୋକ ପ୍ର‌ଥମ ଡୋଜ ଟିକା ନେଇଛନ୍ତି । ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ ପୌଲ କହିଛନ୍ତି, କୋଭିଡ ଟିକାର ପ୍ରଥମ ଡୋଜ ଦେବାରେ ଆମେରିକାକୁ ପଛରେ ପକାଇଦେଇଛି ଭାରତ ।

ଭାରତ ଲଗାତାର ଭାବେ ଟିକାକରଣ ଅଭିଯାନ ଚଳାଇ ଆସିଛି ଏବଂ ଆଗକୁ ମଧ୍ୟ ଆହୁରି ଦୃତ ଗତିରେ ଦେଶରେ ଟିକାକରଣ କରାଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର କହିଛି ଯେ, ଦେଶରେ ମୋଟ ୨୨.୭୫ କୋଟି ଲୋକଙ୍କୁ କରୋନା ଟିକା ଦିଆସରିଛି । ଏଥିମଧ୍ୟରୁ ୧୭.୨୦ କୋଟି ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ୫ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଦ୍ବିତୀୟ ଡୋଜ ଦିଆସରିଛି । ଦେଶରେ କେବଳ ଶୁକ୍ରବାର ୩୩ ଲକ୍ଷ ୫୭ ହଜାର ୭୧୩ ଜଣଙ୍କୁ ଟିକାକରଣ କରାଯାଇଛି।


ଶୁକ୍ରବାର ଦିନ ୧୮ ରୁ ୪୪ ବର୍ଷ ବୟସ୍କ ମୋଟ ୧୬ ଲକ୍ଷ ୨୩ ହଜାର ୬୦୨ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଛି। ସେହିପରି ୩୧ ହଜାର ୨୧୭ ଜଣ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ମେ ୧ ରେ ଟୀକାକରଣ ଆରମ୍ଭ ହେବା ପରଠାରୁ, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୨ କୋଟି ୫୮ ଲକ୍ଷ ୪୫ ହଜାର ୯୦୧ ଜଣଙ୍କୁ ପ୍ରଥମ ଡୋଜ ଏବଂ ୧,୧୮,୨୯୯ ଜଣଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆସରିଛି । ବିହାର, ଦିଲ୍ଲୀ, ଗୁଜୁରାଟ, ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୧୮ ରୁ ୪୪ ବର୍ଷ ବୟସର ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଏହି ଟିକା ଦିଆଯାଇଛି।


ଦେଶରେ ମୋଟ ୨୨,୭୫,୬୭,୮୭୩ ଲୋକଙ୍କୁ ଟିକା ଦିଆଯାଇଛି। ସେଥିମଧ୍ୟରୁ ୯୯,୪୪,୫୦୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ ଏବଂ ୬୮,୪୦,୪୧୫ ଜଣ ଭ୍ୟାକସିନର ଦ୍ବିତୀୟ ଡୋଜ ନେଇସାରିଛନ୍ତି । ଏହା ସହିତ ବର୍ତ୍ତମାନ ସୁଦ୍ଧା ୧,୬୦,୪୫,୭୪୭ ଆଗଧାଡିର କର୍ମୀଙ୍କୁ ପ୍ରଥମ ଟିକା ମିଳିଥିବାବେଳେ ୮୬,୩୪,୫୨୫ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୬,୦୧,୪୮,୩୫୪ ଲୋକଙ୍କୁ ଟୀକାକରଣର ପ୍ରଥମ ଡୋଜ ଦିଆଯାଇଛି ଏବଂ ୧,୯୧,୦୯,୧୯୩ ଲୋକଙ୍କୁ ଟିକାର ଦ୍ୱିତୀୟ ଡୋଜ ଦିଆଯାଇଛି।

   Related Posts