Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେଣି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||
  • ଆଜିଠୁ ଟିକା ଉତ୍ସବ, ୧୪ ଯାଏ କରୋନା ମହାମାରୀ ମୁକାବିଲା ଲାଗି ଚାଲିବ ଦେଶବ୍ୟାପୀ
  • ||

କୋଭିଡ୍ କବଳରେ ଆକ୍ସନ ଷ୍ଟାର, ଟ୍ୱିଟ୍ କରି ଜଣାଇଲେ ଅକ୍କି

4/04/2021 at 9:49 AM

ମୁମ୍ୱାଇ ୪/୪: ବଲିଉଡକୁ ଘାରିଛି ମହାମାରୀ ଚିନ୍ତା । କୋଭିଡ କବଳରେ ଗୋଟିଏ ପରେ ଅଭିନେତା ଓ ଅଭିନେତ୍ରୀ ଛନ୍ଦି ହେବାରେ ଲାଗିଛନ୍ତି । ଏବେ ଭୂତାଣୁ ଜାଲରେ ଫସିଛନ୍ତି ବଲିଉଡର ଆକ୍ସନ ଷ୍ଟାର ଅକ୍ଷୟ କୁମାର । ତାଙ୍କଠାରେ ଲକ୍ଷାଣ ଦେଖାଦେବାରୁ ସେ ନିଜର ଟେଷ୍ଟ କରାଇଥିଲେ । ଏବେ ତାଙ୍କ ରିପୋର୍ଟ ପ ଜିଟିଭ ଆସିବା ପରେ ସେ ନିଜ ଘରେ କ୍ୱାରେଣ୍ଟାଇନରେ ଥିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି ।

ସେ କହିଛନ୍ତି ସମସ୍ତ ଗାଇଡଲାଇନ ମାନି ମୁଁ ମୋର ଚିକିତ୍ସା ଜାରି ରଖିଛି । ଏହାସହ ସେ ନିବେଦନ କରିଛନ୍ତି ଯେଉଁମାନେ ମୋ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ଆପଣଙ୍କ ନିକଟକୁ ଫେରିବି । ଅଯୋଧ୍ୟାରେ ଚାଲିଥିବା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ରାମ ସେତୁର ସୁଟିଂ ସମୟରେ ସେ ଭାଇରସର ଶିକାର ହୋଇଥିଲେ । ସେଏହା ପୂର୍ବରୁ ରଣବୀର, ଆଲିଆ ଭଟ୍ଟ, କାର୍ତ୍ତିକ ଆୟାନ ଓ ଅନେକ ନାମିଦାମୀ ଷ୍ଟାର ସଂକ୍ରମଣର ଶିକାର ହୋଇଥିଲେ ।

   Related Posts