କେରଳ ବନ୍ୟା ବିପନ୍ନଙ୍କ ପାଇଁ ସହଯୋଗର ହାତ ବଢ଼ାଇଲା ରାଜ୍ୟ ଆଇଏଏସ ଏବଂ ଆଇପିଏସ ସଂଘ
20/08/2018 at 4:34 AM
ଭୁବନେଶ୍ୱର ୨୦/୮ : କେରଳ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ିଛି ଓଡିଶା ଆଇଏଏସ ଏବଂ ଆଇପିଏସ ସଂଘ | ସଂଘର ସଦସ୍ୟମାନେ ନିଜ ନିଜର ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ପାଇଁ ସୋମବାର ସଂଘ ନିଷ୍ପତ୍ତି ନେଇଥିବା ସଂଘର ସାଧାରଣ ସମ୍ପାଦକ ବିଶାଳ ଦେବ ସୂଚନା ଦେଇଛନ୍ତି | କେରଳର ବନ୍ୟା ପରିସ୍ଥିତି ନେଇ ସଂଘ ଉଦବେଗ ପ୍ରକାଶ କରିଛି |
ସୂଚନାଯୋଗ୍ୟ ଯେ, କେରଳ ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ୨ଟି ପର୍ଯ୍ୟାୟରେ ୧୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି | ସେହିଭଳି ୮୦୦ ମେଟ୍ରିକ ଟନର ପଲିଥିନ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି | କେରଳରେ ଅଦ୍ଭୂତପୂର୍ବ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୩୭୦ ଜଣଙ୍କ ମୃତ୍ୟୁ ହେଲାଣି |
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022