Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କେମିତି ଏତେ କ୍ରୁର ହୋଇପାରେ ମଣିଷ ! ପ୍ରତିଶୋଧ ନେବାକୁ କୁକୁରକୁ ବାନ୍ଧି ଟାଙ୍ଗିଆରେ କାଟିଦେଲେ ୩ଟି ଗୋଡ, ଚାଲିଗଲା ନିରୀହ ପଶୁର ଜୀବନ

18/06/2021 at 3:58 PM

ଅଲୱର ୧୮/୦୬ : ରାଜସ୍ଥାନର ଅଲୱର ଜିଲ୍ଲାରୁ ପଶୁମାନଙ୍କ ପ୍ରତି ନିର୍ଦ୍ଦୟତାର ଅତ୍ୟନ୍ତ ହୃଦୟ ବିଦାରକ ଓ ଭୟାନକ ଖବର ସାମ୍ନାକୁ ଆସିଛି। ଅଲୱର ଜିଲ୍ଲାର ରେଣି ପୋଲିସ ଷ୍ଟେସନ ଅଞ୍ଚଳରେ ୪ ଜଣ ବ୍ୟକ୍ତି ପାଶବିକ କାର୍ଯ୍ୟ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୩-୪ ଜଣ ଲୋକ କୁକୁରକୁ ବାନ୍ଧି ଟାଙ୍ଗିଆରେ କୁକୁରର ଗୋଡ କାଟୁଥିବା ନଜର ଆସିଛନ୍ତି। ଅଭିଯୁକ୍ତମାନେ କୁକୁରର ୩ ଟି ଗୋଡ କାଟି ଦେଇଛନ୍ତି। ଅତ୍ୟଧିକ ରକ୍ତସ୍ରାବ ହେତୁ କୁକୁରର ମୃତ୍ୟୁ ହୋଇଛି। ମାମଲାରେ ରେଣି ପୋଲିସ ଷ୍ଟେସନରେ ଚାରି ଜଣଙ୍କ ବିରୋଧରେ ପଶୁ ନିର୍ଯାତନା ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି।

ରେଣି ଥାନା ଏଏସଆଇ ରାମଭଜନଙ୍କ କହିବାନୁଯାୟୀ, ରେଣି ସହର ବାସିନ୍ଦା ଅଶୋକ ମୀଣା ଗୋଟିଏ କୁକୁର ପୋଷିଥିଲେ। ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ବାବୁ ମୀଣା, ସନ୍ତୋଷ ମୀଣା, ସୋନୁ ଏବଂ ଜିତୁ ମୀଣା ତାକୁ ଫାର୍ମରୁ ନେଇ ଯାଇଥିଲେ। ଅଭିଯୁକ୍ତମାନେ କୁକୁରଟିକୁ ବାନ୍ଧି ଟାଙ୍ଗିଆରେ ତାର ୩ଟି ଗୋଡ କାଟି ଦେଇଥିଲେ। ଏହି ସମୟରେ କୁକୁରଟି ଯନ୍ତ୍ରଣାରେ ଜୋରରେ ଚିତ୍କାର କରି ଚାଲିଥିଲା କିନ୍ତୁ ଅଭିଯୁକ୍ତଙ୍କୁ ନିରୀହ କୁକୁର ପ୍ରତି ଟିକିଏ ହେଲେ ଦୟା ଆସିନଥିଲା।

କୁକୁରର ମାଲିକ ଅଶୋକ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ l ପରେ ଅଭିଯୁକ୍ତମାନେ ତାଙ୍କ ସହ ଝଗଡା ଆରମ୍ଭ କରିଥିଲେ। ଇତି ମଧ୍ୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଆହତ କୁକୁରର ମୃତ୍ୟୁ ହୋଇଥିଲା। ଅଶୋକ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଏକ ଆଶଙ୍କା ଥିଲା ଯେ କିଛି ଦିନ ପୂର୍ବରୁ ତାଙ୍କ ଛେଳି ଛୁଆକୁ କୁକୁର ଟେକି ନେଇଥିଲା। କିନ୍ତୁ ବାସ୍ତବରେ ଛେଳି ଛୁଆକୁ ବୁଲା କୁକୁର ନେଇ ଯାଇଥିଲେ। ପୋଲିସ ଏକ ମାମଲା ରୁଜୁ କରି କୁକୁରର ଶବକୁ ରେଣି ପଶୁ ହସ୍ପିଟାଲରେ ପୋଷ୍ଟମର୍ଟମ କରାଇଥିଲା । ପ୍ରାଣୀ ଚିକିତ୍ସକ ଡକ୍ଟର ସତ୍ୟନାରାୟଣ ଗୁପ୍ତା କହିଛନ୍ତି ଯେ ଅତ୍ୟଧିକ ରକ୍ତସ୍ରାବ ହେତୁ କୁକୁରର ମୃତ୍ୟୁ ଘଟିଛି।

   Related Posts