Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଆମେରିକା, ବ୍ରିଟେନ୍‌, ଜାପାନର କରୋନା ଟିକାକୁ ମଞ୍ଜୁରୀ ଦେବାର ଆବଶ୍ୟକତା ନାହିଁ’

19/04/2021 at 7:02 PM

ନୂଆଦିଲ୍ଲୀ ୧୯/୪: ଦେଶରେ କରୋନା ଭୂତାଣୁ ସଂକ୍ରମଣ ଭୟ ବଢ଼ାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଆଶ୍ବସ୍ତ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ସରକାର କିଛି ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାର ପ୍ରଭାବ ମେ’ରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ସେ ମଧ୍ୟରୁ ଗୋଟିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଆମେରିକା, ବ୍ରିଟେନ୍‌, ଜାପାନ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯେଉଁ କରୋନା ଟିକାକୁ ମଞ୍ଜୁରୀ ଦେଇଛନ୍ତି ସେ ସବୁକୁ ଭାରତରେ ମଞ୍ଜୁରୀ ଦେବାର କୌଣସି ଆବଶ୍ୟକତା ନାହିଁ।

ଏକ ଟିଭି ଚ୍ୟାନେଲ୍‌ରେ ଆଲୋଚନା ବେଳେ ସୋମବାର ଶାହା କହିଛନ୍ତି କେନ୍ଦ୍ର ସରକାର କରୋନାର ନୂଆ ଲହରକୁ ରୋକିବା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ବରେ ଯେଉଁଠି କରୋନାର ଦ୍ବିତୀୟ କିମ୍ବା ତୃତୀୟ ଲହର ଆସିଛି ତାହା ପ୍ରଥମ ତୁଳନାରେ ଅଢ଼େଇରୁ ତିନି ଗୁଣା ପ୍ରଭାବୀ ହୋଇଛି। ଯେଉଁ ନୂଆ ଭୂତାଣୁ ସୃଷ୍ଟି ହୋଇଛି ତାହା କମ୍‌ ଘାତକ ହୋଇଥିବା ବେଳେ ତୀବ୍ର ବେଗରେ ବ୍ୟାପୁଛି। ବୈଜ୍ଞାନିକମାନେ ନୂଆ ଭୂତାଣୁ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ଦେଶରେ ମେଡିକାଲ୍‌ ଅକ୍ସିଜେନ୍‌ର ଅଭାବ ଉପରେ ଶାହା କହିଛନ୍ତି, କିଛି ରାଜ୍ୟ ଅକ୍ସିଜେନ୍‌ ଷ୍ଟକ୍‌ କରୁଛନ୍ତି। ନିଜ ରୋଗୀଙ୍କ ପାଇଁ ଏଭଳି କରିବା ଦରକାର। ଅକ୍ସିଜେନ୍‌ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଘୋଷଣା କରିସାରିଛନ୍ତି। ଏହାର ସଠିକ୍ ବିତରଣ ଉପରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚା ମଧ୍ୟ କରିଛନ୍ତି। ରେମଡେସିଭିର ରପ୍ତାନୀ ଉପରେ ରୋକ ଲଗାଇ ଦେଶରେ ଉତ୍ପାଦନ ବଢ଼ାଇବାକୁ ସରକାର ନିର୍ଦେଶ ଦେଇସାରିଛନ୍ତି।

ଆମେରିକା, ବ୍ରିଟେନ୍‌, ଜାପାନ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯେଉଁ ସବୁ ଟିକାକୁ ମାନ୍ୟତା ଦେଇଛନ୍ତି ତାହା ଖୁବ ଶୀଘ୍ର ଭାରତରେ ଉପଲବ୍ଧ ହେବ। ଆମେ ଟିକାକରଣ ସୁବିଧା ବଢ଼ାଉଛୁ। ମେ’ ଆରମ୍ଭରୁ ଏହି ସବୁ ନିଷ୍ପତ୍ତି ପ୍ରଭାବ ଦେଖାଯିବ ବୋଲି ଅମିତ ଶାହା କହିଛନ୍ତି। ଏହା ସହ ଏହି ସବୁ ନିଷ୍ପତ୍ତି ଏବଂ କରୋନା ସଂକ୍ରମଣ ମଧ୍ୟରେ କୌଣସି ସମ୍ବନ୍ଧ ନାହିଁ । କାରଣ ଭାଇରସ୍‌ ନିଜର ରୂପ ବଦଳାଉଛି। ଏପରିକି ଔଷଧର ପ୍ରଭାବ ମଧ୍ୟ କମୁଛି ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।

   Related Posts